ଭୁବନେଶ୍ବର : ରାଫେଲ୍ ଯୁଦ୍ଧ ବିମାନ ପ୍ରସଙ୍ଗରେ ସୁପ୍ରିମ କୋର୍ଟଙ୍କ ରାୟକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟରେ ବିବୃତି ଯୁଦ୍ଧ ଲାଗି ରହିଛି। ସଭାପତି ରାହୁଲ ଗାନ୍ଧୀ ଦେଶବାସୀଙ୍କୁ ବିଭ୍ରାନ୍ତ କରିଥିବା ରାୟରୁ ପ୍ରମାଣିତ ହୋଇଛି ବୋଲି ବିଜେପି କହିଥିବା ବେଳେ ବିଜେପିକୁ ପାଲଟା ଆକ୍ରମଣ କରିଛି କଂଗ୍ରେସ। ଦଳ ଅଭିଯୋଗ କରିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଥ୍ୟା ତଥ୍ୟ ପ୍ରଦାନ କରି ଦେଶର ସର୍ବୋଚ୍ଚ ନ୍ୟାୟଳୟଙ୍କ ରାୟକୁ ବିଭ୍ରାନ୍ତ କରିବାର ଯେଉଁ ଅପଚେଷ୍ଟା କରିଛନ୍ତି ଦେଶର ଇତିହାସରେ ତାହା ବିରଳ। ଏହି ଭୁଲ ପାଇଁ ପ୍ରଧାନମନ୍ତ୍ରୀ ଗଙ୍ଗାସ୍ନାନ କରି ନିଜ ପାପର ପ୍ର୍ରାୟଶ୍ଚିତ କରନ୍ତୁ ବୋଲି କ˚ଗ୍ରେସ ଆହ୍ବାନ ଦେଇଛି।
ଆଜି କ˚ଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମିଡ଼ିଆ ସେଲର ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କେନ୍ଦ୍ର ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି। ସୁପ୍ରିମ କୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଜାଣିଶୁଣି ମିଥ୍ୟା ତଥ୍ୟ ପ୍ରଦାନ କରି ସର୍ବୋଚ୍ଚ ନ୍ୟାୟଳୟଙ୍କୁ ବିଭ୍ରାନ୍ତ କରିବାର ଯେଉଁ ଅପଚେଷ୍ଟା କରିଥିଲେ, ଆଜି ତାହା ଦେଶବାସୀଙ୍କ ଆଗରେ ଖୋଲିଯାଇଛି। ଆଜି ଭୁବନେଶ୍ବରରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରିଥିବା ତଥ୍ୟକୁ ସଂପୂର୍ଣ୍ଣ ରୂପେ ଖଣ୍ଡନ କରି ଶ୍ରୀ ନାୟକ କହିଥିଲେ, ଲଢ଼ୁଆ ଯୁଦ୍ଧ ବିମାନ କିଣିବା ପ୍ରକ୍ରିୟା ୨୦୦୭ରେ ନୁହେଁ ବର˚ ୨୦୦୧ରେ ଆରମ୍ଭ ହୋଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହି ପ୍ରକ୍ରିୟାକୁ ଆରମ୍ଭ କରିଥିଲେ।
ଡ. ମନମୋହନ ସି˚ହଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ଜାନୁଆରି ୨୦୧୨ରେ ଡାସଲ୍ଟ୍ ଆଭିଏସନ୍ କମ୍ପାନି ସର୍ବନିମ୍ନ ଟେଣ୍ତର ଦାଖଲ କରି ଉତୀର୍ଣ୍ଣ ହୋଇଥିଲା। ମୂଳତଃ ୧୨୬ଟି ଯୁଦ୍ଧବିମାନ କିଣିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେଥିମଧଥ୍ୟରୁ ୧୮ଟି ସିଧାସଳଖ କିଣା ଏବଂ ୧୦୮ଟି ଯୁଦ୍ଧ ବିମାନ ଭାରତରେ ହିନ୍ଦୁସ୍ଥାନ ଏରୋନଟିକ୍ସ(ହାଲ୍) ସହଭାଗିତାରେ ନିର୍ମାଣ କରିବାର ପ୍ରସ୍ତାବ ରହିଥିଲା। କିନ୍ତୁ ମୋଦୀ ସରକାର କ’ଣ ପାଇଁ ମୂଳ ରାଜିନାମାକୁ ବଦଳାଇ ୧୨୬ ଯାଗାରେ ୩୬ଟି ଯୁଦ୍ଧବିମାନ କିଣିବାକୁ ନିଷ୍ପତି ନେଲେ ସେ କଥା ଅଦ୍ୟାବଧି ରହସ୍ୟ ଘେରରେ ରହିଛି।
ରାଫେଲ ଯୁଦ୍ଧ ବିମାନର ଦାମ ମୂଳତଃ ୫୨୬ କୋଟି ଥିବା ବେଳେ ବର୍ତମାନ ଏହାକୁ ୧୬୭୦ କୋଟିକୁ ବୃଦ୍ଧି କରାଯିବା କାହା ସ୍ବାର୍ଥରେ ବୋଲି ପ୍ରଶ୍ନ କରିଛି କ˚ଗ୍ରେସ। ଆଜି ବି କିଛି ଅସମାହିତ ପ୍ରଶ୍ନ ଯଥା: ରାଫେଲ ଯୁଦ୍ଧ ବିମାନର ତିନିଗୁଣ ଦରବୃଦ୍ଧି, ୧୨୬ ଯୁଦ୍ଧ ବିମାନ ପରିବର୍ତେ ମାତ୍ର ୩୬ଟି ବିମାନ କିଣିବାକୁ ପରିବର୍ତିତ ନିଷ୍ପତ୍ତି ଓ ସୁପ୍ରିମକୋର୍ଟଙ୍କ ପାଖରେ ମିଥ୍ୟା ତଥ୍ୟ ପ୍ରଦାନ କରି ନ୍ୟାୟାଳୟଙ୍କୁ ବିଭ୍ରାନ୍ତ କରିବାର ଅପଚେଷ୍ଟା ପ୍ରଭୃତିର ଉତ୍ତର ଦାବି କରିଛି କ˚ଗ୍ରେସ। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଅଶୋକ ସାମଲ, ମନୋଜ ମହାପାତ୍ର, ହି˚ମାଶୁ ଲେଙ୍କା, ପ୍ରଶାନ୍ତ ଶତପଥୀ, ନିଶିକାନ୍ତ ମିଶ୍ର, ଦୀପକ ମହାପାତ୍ର, ଓମପ୍ରକାଶ ସାହୁ, ପ୍ରଦୀପ ମହାପାତ୍ର ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/con-a.jpg)