ମମିତା ହତ୍ୟା ମାମଲାରେ କଂଗ୍ରେସର କଡ଼ା ମନ୍ତବ୍ୟ : ଗୃହ ରାଷ୍ଟ୍ରମନ୍ତ୍ରୀ ଯଦି ନିର୍ଦ୍ଦୋଷ ତେବେ ପ୍ରମାଣ ଦିଅନ୍ତୁ, ନଚେତ ଇସ୍ତଫା ଦିଅନ୍ତୁ

ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଗୃହ ରାଷ୍ଟ୍ରୟମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ଏହି ଅପରାଧରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ ବୋଲି ମା’ ମାଣିକେଶ୍ୱରୀଙ୍କ ନାଁରେ ଶପଥ କରି କହିଛନ୍ତି ଦିବ୍ୟଶଙ୍କର । ଆଉ ଦିବ୍ୟଶଙ୍କରଙ୍କ ଏଭଳି ବିବୃତି ଆସିବା ପରେ ଟାର୍ଗେଟ କରିଛି କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତା ଗଣେଶ୍ୱର ବେହେରା କହିଛନ୍ତି, ଦିବ୍ୟ ବଚନ ବନ୍ଦ କରନ୍ତୁ ଦିବ୍ୟଶଙ୍କର । ରାୟପୁର ବାସଭବନରେ ମମିତା ଓ ଗୋବିନ୍ଦଙ୍କୁ ନେଇ ବୁଝାମଣା କରିଥିଲେ କି ନାହିଁ ତାହା ସ୍ପଷ୍ଟ କରନ୍ତୁ ବୋଲି ଗଣେଶ୍ୱର କହିଛନ୍ତି ।

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦିବ୍ୟ ବଚନ ଦେବା ବଦଳରେ ଆଗ ଇସ୍ତଫା ଦିଅନ୍ତୁ । ଯିଏ ଦୋଷୀକୁ ସହଯୋଗ କରିଛି ସେ ମଧ୍ୟ ଅପରାଧ କରିଛି । ଆଇନ ଆଖିରେ ସେମାନେ କେବେ ବର୍ତିପାରିବେ ନାହିଁ । ତେଣୁ ମନ୍ତ୍ରୀ ଇସ୍ତଫା ଦେବା ଦରକାର । ଏଥିସହ ତଦନ୍ତର ସାମ୍ନା କରିବା ଦରକାର । କଂଗ୍ରେସ ନେତା ଗଣେଶ୍ୱର ମିଶ୍ର କହିଛନ୍ତି, ଯଦି ମନ୍ତ୍ରୀ ଦୋଷୀ ନୁହନ୍ତି ତାହେଲେ ନିର୍ଦ୍ଦୋଷ ବୋଲି ପ୍ରମାଣିତ କରନ୍ତୁ । ଦୋଷୀ ଦଣ୍ଡ ନପାଇବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଗଣେଶ୍ୱର କହିଛନ୍ତି । ମମିତା ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ବାର୍ତ୍ତାଳାପ କରିଥିଲେ କି ନାହିଁ ତାହା ସ୍ପଷ୍ଟ କରନ୍ତୁ ଦିବ୍ୟଶଙ୍କର । ଦୋଷୀ ନୁହେଁ ବୋଲି ରାଣ ଖାଇ ପିଲାଳିଆମୀ କରନ୍ତୁ ନାହିଁ ଦିବ୍ୟଶଙ୍କର ।

ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଜୋରଦାର ହେଉଛି ବିଜେପିର ଆନ୍ଦୋଳନ । ବିଭିନ୍ନ ଜିଲ୍ଲାରେ ବିଜେପି ବନ୍ଦ ପାଳନ କରୁଛି। ଏହି କ୍ରମରେ କେନ୍ଦ୍ରାପଡାରେ ବିଜେପି ବନ୍ଦ ପାଳନ କରିଛି । ସକାଳୁ ସକାଳୁ ପିକେଟିଂ କରୁଛନ୍ତି ବିଜେପି କର୍ମୀ । କଟକ ଚାନ୍ଦବାଲି ରାସ୍ତାର ତିନିମୁହାଣୀ ଠାରେ ରାସ୍ତା ଅବରୋଧ କରିଛନ୍ତି କର୍ମୀ ।

ସେହିପରି ଜଗତସିଂହପୁରେ ବି ବନ୍ଦ ପାଳନ କରୁଛି ବିଜେପି । ମମିତା ମେହେର ହତ୍ୟା ଘଟଣାରେ ଗ୍ୟୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ୧୨ଘଂଟିଆ ବନ୍ଦ ପାଳନ କରୁଛି ଦଳ । ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଂଚଳ ସମେତ ପାରାଦୀପ ଶିଳ୍ପାଂଚଳ ବନ୍ଦ କରାଯାଇଛି ।

ସେପଟେ ବୌଦ୍ଧରେ ବି ୧୨ଘଂଟା ବନ୍ଦ ପାଳନ କରାଯାଇଛି । ଶିକ୍ଷୟତ୍ରୀ ମମିତାଙ୍କୁ ନ୍ୟାୟ ଦେବା ଦାବିରେ ସକାଳ ୬ଟାରୁ ସଂଧ୍ୟା ୬ଟା ସୁଦ୍ଧା ବୈଦ୍ଧ ଜିଲ୍ଲାରେ ବନ୍ଦ ପାଳନ ଡାକରା ଦେଇଛି ବିଜେପି । ଏହି ସମୟରେ ଅତ୍ୟାବଶ୍ୟକ ଜିନିଷକୁ ଛାଡି ଦେଲେ ଆଉ ସବୁ ବନ୍ଦ ରହିବ ।

ସମ୍ବନ୍ଧିତ ଖବର