ବରୀ ବନ୍ୟାଞ୍ଚଳରେ ଅବ୍ୟବସ୍ଥାକୁ ନେଇ ବର୍ଷିଲା କଂଗ୍ରେସ

ବରୀ/ରତ୍ନଗିରି/ବାଲିକୁଦା : ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳକୁ କଂଗ୍ରେସର ରାଜ୍ୟ ପ୍ରତିନିଧି ଦଳ ଆଜି ଗସ୍ତ କରି ବିପନ୍ନ ଲୋକମାନଙ୍କର ଦୟନୀୟ ସ୍ଥିତି ପରଖିବା ସହିତ ମୃତକ ପରିବାରଗୁଡ଼ିକୁ ସାକ୍ଷାତ କରିଛନ୍ତି। ବନ୍ୟା ନିୟନ୍ତ୍ରଣ ଓ ରିଲିଫ ବଣ୍ଟନରେ ବ୍ୟାପକ ଅବ୍ୟବସ୍ଥା ନେଇ କଂଗ୍ରେସ ନେତୃ୍ବୃନ୍ଦ ଘୋର ଉଦ୍‌ବେଗ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ନିଖିଳ କଂଗ୍ରେସ କମିଟିର ମୁଖପାତ୍ର ତଥା ପୂର୍ବତନ ମନ୍ତ୍ରୀ ଭକ୍ତ ଦାସ ଏବଂ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ସଭାପତି ପ୍ରଦୀପ ମାଝିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆଜି ଯାଜପୁର ଗସ୍ତ କରିଥିଲେ। ବରୀ ବ୍ଲକର ଅଧିକ ପ୍ରଭାବିତ ମହାକାଳପଡ଼ା ପଞ୍ଚାୟତ ଏବଂ ଅମଠପୁର, ରତ୍ନଗିରି, ମନ୍ଦାରୀ ଓ ଚନ୍ଦନପୁର ପଞ୍ଚାୟତ ଯାଇ ପରିସ୍ଥିିତି ଅନୁଧ୍ୟାନ କରିଥିଲେ। ପ୍ରତିକ୍ରିୟାରେ ଶ୍ରୀ ମାଝି କହିଥି‌େଲ, ୨୪ ଘଣ୍ଟା ମଧ୍ୟରେ ଲୋକମାନଙ୍କ ପାଖରେ ସରକାରୀ ରିଲିଫ୍ ନ ପହଞ୍ଚିଲେ ବରୀରେ ଅନାହାର ମୃତ୍ୟୁ ଘଟିବ। ଅପରାହ୍ଣରେ ରତ୍ନଗିରି ସ୍ଥିତି ତୋଷାଳୀ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତୃତ୍ବମାନେ ସେମାନଙ୍କ ବାର୍ତ୍ତା ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଜ୍ଞାନରଂଜନ ବେଉରା, ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତ, ବିଷ୍ଣୁ ରାଉତ, ସନ୍ତୋଷ ନନ୍ଦ, ପ୍ରଭାତ ରାୟ, ଅଜୟ ସାମଲ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର