ଭୁବନେଶ୍ବର : ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ କ୍ଷମତାଚ୍ୟୁତ କରିବା ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ତୀବ୍ର ନିନ୍ଦା କରାଯାଇଛି। ଏହାର ପ୍ରତିବାଦରେ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ େନତା ଦଳୀୟ ରାଜ୍ୟ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ସିବିଆଇ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ବିକ୍ଷୋଭରତ କର୍ମୀମାନେ ସିବିଆଇ କାର୍ଯ୍ୟାଳୟକୁ ଘେରାଉ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହାଙ୍କ ବିରୋଧରେ ବିଷୋଦ୍ଗାର କରିଥିଲେ। ତେବେ କର୍ମୀମାନେ ସିବିଆଇ କାର୍ଯ୍ୟାଳୟ ମଧ୍ୟକୁ ଧସେଇ ପଶିବାକୁ ଚେଷ୍ଟା କରିବାରୁ ସେଠାରେ ଉପସ୍ଥିତ ପୁଲିସ କର୍ମଚାରୀମାନେ ସେମାନଙ୍କୁ ଅଟକାଇଥିଲେ। ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ରାଫେଲ୍ ଯୁଦ୍ଧ ବିମାନ କ୍ରୟରେ ହୋଇଥିବା ଦୁର୍ନୀତିର ତଦନ୍ତ ସିବିଆଇକୁ ଦିଆଯାଇଥିଲା। ତେବେ ତଦନ୍ତରେ ବିଜେପିର ଅସଲ ଚେହେରା ପଦାକୁ ଆସିବା ଭୟରେ ପ୍ରଧାନମନ୍ତ୍ରୀ ମୋଦୀ ଏଥିରେ ହସ୍ତକ୍ଷେପ କରି ନିର୍ଦେଶକ ଆଲୋକ ବର୍ମାଙ୍କୁ ରାତି ଅଧିଆ ପରିବର୍ତ୍ତନ କରିଛନ୍ତି। ତଦନ୍ତରେ ବାଧା ପହଞ୍ଚାଇ ତଦନ୍ତକାରୀ ସଂସ୍ଥାର କଣ୍ଠରୋଧ କରିବାକୁ ଅପଚେଷ୍ଟା କରାଯାଇଛି। ଏଭଳି ଅପଚେଷ୍ଟା କେବେ ସଫଳ ହେବ ନାହିଁ। ସ୍ବଚ୍ଛ ଶାସନ ନେଇ େଡଙ୍ଗୁରା ପିଟୁଥିବା ମୋଦୀ ସରକାରଙ୍କ ଏଭଳି ଅନିୟମିତତା ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ସାରିଛି। ବିଜେପିର ପ୍ରକୃତ ଚେହେରା ପଦାକୁ ଆସିଛି। ତେଣୁ ତୁରନ୍ତ ସିବିଆଇ ମୁଖ୍ୟଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତ କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ବିକ୍ଷୋଭରେ କଂଗ୍ରେସର ବହୁ ବରିଷ୍ଠ ନେତା ଓ କର୍ମକର୍ତ୍ତା ଯୋଗଦେଇ କେନ୍ଦ୍ର ବିଜେପି ସରକାରକୁ ତୀବ୍ର ନିନ୍ଦା କରିଥିଲେ।
ସିବିଆଇ ମୁଖ୍ୟଙ୍କୁ ରାତି ଅଧିଆ ପରିବର୍ତ୍ତନ : କଂଗ୍ରେସର ବିକ୍ଷୋଭ
/sambad/media/post_attachments/wp-content/uploads/2018/10/m12-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)