ଭୁବନେଶ୍ବର: ପରୀ ହତ୍ୟା ଘଟଣାରେ ବିଧାନସଭାରେ କଂଗ୍ରେସ ବିଧାୟକମାନେ ଶାସକ ଦଳ ଦ୍ବାରା ମ୍ୟାନେଜ୍ ହୋଇଗଲେ। ଦଳର ୯ ଜଣ ବିଧାୟକ ଏଥିପାଇଁ ଟଙ୍କା ନେଇଛନ୍ତି। ଗତକାଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଅଭିଯୋଗକୁ ନେଇ ଚରମବାଣୀ ଶୁଣାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। କହିଛନ୍ତି, ବିଜେପି ରାଷ୍ଟ୍ରୀୟ ମୁଖାପାତ୍ର ଯଦି ଏପରି କହିଥାନ୍ତି, ତାହେଲେ ଏହା ଦୁର୍ଭାଗ୍ୟଜନକ। ଏଥିପାଇଁ ସେ କ୍ଷମା ମାଗନ୍ତୁ ନଚେତ ଦଳ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ। ସେହିପରି ପରୀ ଘଟଣାକୁ ନେଇ ଗତକାଲି ଶ୍ରୀ ମିଶ୍ରଙ୍କ ବିରୋଧରେ ଅସନ୍ତୋଷ ଝାଡ଼ିଥିବା କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ପୁରା ୟୁଟର୍ଣ୍ଣ୍ ମାରିଛନ୍ତି। କହିଛନ୍ତି, କଂଗ୍ରେସର ଦାବି ମୁତାବକ ସରକାର ପରୀ ହତ୍ୟାକାଣ୍ତ ଘଟଣାରେ ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ବାସ୍ତବ ତଥ୍ୟ ପଦାକୁ ଆଣିବା ପାଇଁ ଦଳ ସରକାରଙ୍କୁ ୨ ମାସ ସମୟ ଦେଇଛି। ନଚେତ୍ ପୁଣିଥରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ। ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଶ୍ରୀ ପାତ୍ର କଂଗ୍ରେସ ବିଧାୟକମାନେ ଟଙ୍କା ନେଇଥିବା ନେଇ ଯାହା ଟିପ୍ପଣୀ କରିଛନ୍ତି ସେ ନେଇ ଶ୍ରୀ ରାଉତରାୟ କହିଛନ୍ତି, ନିଜକୁ ଟାଣୁଆ ନେତା ବୋଲାଉଥିବା ଏହି ବିଜେପି ନେତାଙ୍କର ୱାର୍ଡ଼ ମେମ୍ବରଟିଏ ହୋଇ ପାରିନାହନ୍ତି। କଂଗ୍ରେସ ବିଧାୟକମାନଙ୍କ ବିରୋଧରେ ସେ ଯାହା ଅଭିଯୋଗ କରିଛନ୍ତି ତାର ପ୍ରମାଣ ଦିଅନ୍ତୁ। ନ ହେଲେ ନିଃସର୍ତ୍ତ କ୍ଷମା ମାଗନ୍ତୁ। ଏପରି ନ କଲେ ତାଙ୍କୁ ଉଚିତ୍ ଜବାବ ଦିଆଯିବ।
ସମ୍ବିତ ପାତ୍ର କ୍ଷମା ନ ମାଗିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ କଂଗ୍ରେସ: ନରସିଂହ
ସମ୍ବିତ ପାତ୍ରଙ୍କୁ ଉଚିତ ଜବାବ ମିଳିବ ବୋଲି ଚେତାବନୀ ଦେଲେ ସୁର
/sambad/media/post_attachments/wp-content/uploads/2019/05/Narasingha-Mishra.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)