କଂଗ୍ରେସର ଇସ୍ତାହାର ପୋର୍ଟାଲ ଲୋକାର୍ପିତ

ଭୁବନେଶ୍ବର : ଆଜି ଅପରାହ୍ଣରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳୀୟ ନିର୍ବାଚନ ଇସ୍ତାହାର ୱେବ୍‌ସାଇଟ୍‌କୁ ଲୋକାର୍ପଣ କରିଛନ୍ତି। କଂଗ୍ରେସ ଦଳର ଇସ୍ତାହାର ଲୋକଙ୍କ ଇସ୍ତାହାର ହେଉ ଏବଂ ଏହି ପୋର୍ଟାଲ୍‌ ଜରିଆରେ ଓଡ଼ିଶାବାସୀ ବହୁମୂଲ୍ୟ ପରାମର୍ଶ ପ୍ରଦାନ କରିବାକୁ ସେ ଅନୁରୋଧ କରିଛନ୍ତି।

ଏହି ନିର୍ବାଚନ ଇସ୍ତାହାର ୱେବ୍‌ସାଇଟ୍‌ www.congressmyvoice.comରେ ଦଳିତ, ଆଦିବାସୀ, ମହିଳା, ସଂଖ୍ୟାଲଘୁ, ଯୁବ, ଛାତ୍ର, ଅସଂଗଠିତ ଶ୍ରମିକ, କୃଷକ, ପଛୁଆବର୍ଗଙ୍କ ଉନ୍ନତି ନିମନ୍ତେ ପରାମର୍ଶ ଆହ୍ବାନ କରାଯାଇଛି। ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ଭବିଷ୍ୟତ ଗଠନ ହୋଇପାରିବ ବୋଲି ପିସିସି ସଭାପତି ଆଶାପ୍ରକାଶ କରିଥିଲେ। ପୂର୍ବରୁ ଇସ୍ତାହାର କମିଟି ଅଧ୍ୟକ୍ଷ ଗଣେଶ୍ବର ବେହେରା ଜନସାଧାରଣଙ୍କ ପରାମର୍ଶ ପିସିସି କାର୍ଯ୍ୟାଳୟ ଠିକଣାରେ ପଠାଇବା ପାଇଁ ଅନୁରୋଧ କରିଥିଲେ। ଏହି ପୋର୍ଟାଲ୍‌ ଲୋକାର୍ପଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇସ୍ତାହାର କମିଟି ଆବାହକ ବିସ୍ମୟ ମହାପାତ୍ର, ସଦସ୍ୟ ଲିଆକତ୍‌ ଅଲ୍ଲୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ବଜିତ୍‌ ଦାସ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର