କଂଗ୍ରେସର ସଂସଦ ଘେରାଉ ୨୩ରେ : ନଭେମ୍ବର ୧୪ରୁ ପ୍ରତି ବ୍ଳକରେ ଚାଷୀ ଜାଗରଣ ସମାବେଶ

ଭୁବନେଶ୍ବର : କେନ୍ଦ୍ର ବିଜେପି ସରକାର ଚାଷୀଙ୍କୁ ଦେଇଥିବା ମିଥ୍ୟା ପ୍ରତିଶ୍ରୁତି ବିରୁଦ୍ଧରେ ପ୍ରତିବାଦ ପ୍ରଦର୍ଶନ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାଢେ଼ ୪ ବର୍ଷର ହିସାବ ମାଗିବା ପାଇଁ କ˚ଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନିର୍ଦେଶରେ ଆସନ୍ତା ଅକ୍ଟୋବର ୨୩ ତାରିଖରେ ନୂଆଦିଲ୍ଲୀର ସ˚ସଦ ମାର୍ଗରେ କିଷାନ ରୢାଲି ଓ ପାର୍ଲାମେଣ୍ଟ ଘେରାଉ କରାଯିବା ପାଇଁ ଆହ୍ବାନ ଦିଆାଯାଇଛି।

ଏହି ପରିପ୍ରେକ୍ଷୀରେ କଂଗ୍ରେସ ଭବନରେ ଓଡ଼ିଶା ପ୍ରଦେଶ କ˚ଗ୍ରେସ କମିଟି କିଷାନ କ୍ଷେତ ମଜଦୁର କ˚ଗ୍ରେସର ପରିବର୍ଧିତ କାର୍ଯ୍ୟକାରିଣୀ ବୈଠକରେ ୩ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗୃହୀତ ହୋଇଛି। ରାଜ୍ୟ କୃଷକ ସେଲ୍‌ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରଦେଶ କ˚ଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଦିଲ୍ଲୀ ଚଲୋ ଆହ୍ବାନ ଦେଇଛନ୍ତି। ଏହା ସହିତ ପିସିସି କୃଷକ ସେଲ୍‌ ପକ୍ଷରୁ ଆସନ୍ତା ନଭେମ୍ବର ୧୪ ତାରିଖଠାରୁ ରାଜ୍ୟର ପ୍ରତି ବ୍ଲକ୍‌ରେ କ୍ଷମତାସୀନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ବିରୁଦ୍ଧରେ କୃଷକ ଜାଗରଣ ଅଧିକାର ସମାବେଶ ଆୟୋଜନ କରାଯିବା ପାଇଁ ମଧ୍ୟ ସ୍ଥିର କରାଯାଇଛି। ତିତଲି ଦ୍ବାରା କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା ୨୦ ହଜାର ଟଙ୍କାର ଆର୍ଥିକ ସହାୟତା, ବିନା ସୁଧରେ କୃଷି ଋଣ, ମାଗଣାରେ ବିହନ, କୀଟନାଶକ ଔଷଧ, ସାର ଯୋଗାଣ ଓ କୃଷିଋଣ ଛାଡ଼ ପାଇଁ ଦାବି କରାଯାଇଛି। ବୈଠକରେ ପିସିସି ଉପ ସଭାପତି ଶିବାନନ୍ଦ ରାୟ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ରାଜ୍ୟ ଜିଲ୍ଲା କିଷାନ କ୍ଷେତ ମଜଦୁର କ˚ଗ୍ରେସର କର୍ମକର୍ତାମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର