ଭୁବନେଶ୍ବର : ଆସନ୍ତା ୨୬ରେ ସତ୍ୟାଗ୍ରହ କରିବ ରାଜ୍ୟ କଂଗ୍ରେସ। କେନ୍ଦ୍ରର ବିଜେପି ସରକାର ନିଜ ୮ ବର୍ଷ ଶାସନର ବିଫଳତାକୁ ଲୋକଲୋଚନରୁ ଦୂରେଇ ରଖିବା ପାଇଁ କଂଗ୍ରେସ ଦଳ ଓ ନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କୁ ଜନମାନସରେ ଅପମାନିତ କରିବା ପାଇଁ ଅପଚେଷ୍ଟା ଚଳାଇଛନ୍ତି। ତାହାର ପ୍ରତିବାଦ କରିବା ପାଇଁ ଆସନ୍ତା ୨୬ ତାରିଖ ସକାଳ ୧୦ଟା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ ଅନୁଷ୍ଠିତ ହେବ।
ନିଖିଳ ଭାରତ କଂଗ୍ରେସ କମିଟିର ନିର୍ଦେଶ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ସତ୍ୟାଗ୍ରହ ଅନୁଷ୍ଠିତ ହେଉଛି ବୋଲି ପିସିସି ମୁଖପାତ୍ର ରଜନୀ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ସାଂସଦ, ବିଧାୟକ, ରାଜ୍ୟସ୍ତରୀୟ ନେତୃବୃନ୍ଦ, ପୂର୍ବତନ ସାଂସଦ, ବିଧାୟକ, ସାଂସଦ ପ୍ରାର୍ଥୀ, ବିଧାୟକ ପ୍ରାର୍ଥୀ, ଜିଲ୍ଲା କଂଗ୍ରେସ କମିଟି ସଭାପତି ଓ ପଦାଧିକାରୀ ଅଂଶଗ୍ରହଣ କରିବା ପାଇଁ ନିବେଦନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/congress-2.jpg)