କେନ୍ଦ୍ର ସରକାରଙ୍କ କୃଷି ବିଲ୍ ପ୍ରତ୍ୟାହାର ଦାବିରେ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ଆଜି

ବାରିପଦା : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ୩ଟି କୃଷି ବିଲ୍‌କୁ ବିରୋଧ ସ୍ୱରୂପ ଆଜିଠାରୁ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଦସ୍ତଖତ ଅଭିଯାନ ଆରମ୍ଭ ହେବ। ଏହି ଦସ୍ତଖତ ସମ୍ବଳିତ ପତ୍ରକୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯିବ। ସେହିପରି ଏହି ବିଲ୍‌କୁ ପ୍ରତ୍ୟାହାର ଦାବିରେ ଆଜି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ପ୍ରଦାନ ସହ ବିକ୍ଷୋଭ ପ୍ରଦର୍ଶନ କରାଯିବାନେଇ ଜିଲ୍ଲା କଂଗ୍ରେସ୍ ସଭାପତି ହେମନ୍ତ ଦାସ ସୂଚନା ଦେଇଛନ୍ତି। ସେହିପରି ଚଳିତ ମାସ ୩ରୁ ୧୫ ମଧ୍ୟରେ ଜିଲ୍ଲାର ସମସ୍ତ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ।

ସମ୍ବନ୍ଧିତ ଖବର