ଭୁବନେଶ୍ବର : ଆସନ୍ତା ୨୭ତାରିଖରେ ଭାରତ ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ କରିବ ରାଜ୍ୟ କଂଗ୍ରେସ। ଭାରତ ବନ୍ଦକୁ ନେଇ ଆଜି କଂଗ୍ରେସ ଭବନରେ ବସିଥିବା ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଗଣମାଧ୍ୟମକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୨୭ତାରିଖ ପୂର୍ବରୁ ୨୩ତାରିଖ ଦିନ ମାଷ୍ଟର କ୍ୟାଣ୍ଟିନ୍ ଛକରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯିବ। ରାଜ୍ୟରେ ବନ୍ୟା ପରିସ୍ଥିତି ଓ ବିଦ୍ୟୁତ ଦର ବୃଦ୍ଧି ବିରୋଧରେ କଂଗ୍ରେସ କର୍ମୀମାନେ ଧାରଣାରେ ସାମିଲ ହେବେ। ୨୭ତାରିଖରେ ସର୍ବଭାରତୀୟ ସ୍ତରରେ ଚାଷୀମାନେ ଯେଉଁ ବନ୍ଦ ଡାକରା ଦେଇଛନ୍ତି ତାହାକୁ ଦଳ ପୂର୍ଣ୍ଣ ସହଯୋଗ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସର୍ବଦଳୀୟ ବୈଠକରେ ସିପିଆଇ, ସିପିଆଇଏମ୍, ଆରଜେଡି, ସମାଜବାଦୀ ପାର୍ଟି ଓ ଏନ୍ସିପିର ନେତୃବୃନ୍ଦମାନେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Asanta-27th-tarikha-bharat-band-ku-nei-congress-bhaban-re-pcc-sabhapati-nka-upasthitire-sarbadaliya-prastuti-bathak-2.jpg)