ଏଡିଏମଙ୍କୁ ଟେକି ଟେକି ଅଫିସ୍‌ରୁ ବାହାର କଲେ କଂଗ୍ରେସ କର୍ମୀ

ବାରିପଦା : ଅନ୍ୟ ସବୁ ସ୍ଥାନ ଭଳି ଆଜି ବାରିପଦାରେ ମଧ୍ୟ ‘ଭାରତ ବନ୍ଦ’ ସଫଳ ହୋଇଥିଲା। ତେବେ ବନ୍ଦ ବେଳେ ବାରିପଦା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିଛି ଅପ୍ରୀତିକର ଦୃଶ୍ୟ ଦେଖିବାକୁ ମିଳିଥିଲା। ବନ୍ଦକୁ ଏଡ଼ାଇବା ପାଇଁ କାରଣରୁ ଏଡିଏମ୍‌ ଗଙ୍ଗାଧର ନାୟକ ଶୀଘ୍ର କାର୍ଯ୍ୟାଳୟକୁ ଆସିଯାଇଥିଲେ। ତେବେ କଂଗ୍ରେସ କର୍ମୀମାନେ ପିକେଟିଂ କରି ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରୁଥିଲେ ମଧ୍ୟ ଏଡିଏମ୍‌ଙ୍କ ଅଫିସ୍‌ ଖୋଲାଥିବା। ଶ୍ରୀ ନାୟକ ସେଠାରେ ଉପସ୍ଥିତ ଥିବା ଦେଖି କଂଗ୍ରେସ କର୍ମୀମାନେ ତାଙ୍କୁ ଅଫିସ୍‌ ବନ୍ଦ କରିବାକୁ ଅନୁରୋଧ କରିଥିଲେ। ମାତ୍ର ସେ ତାହା ନ କରିବାରୁ କଂଗ୍ରେସ କର୍ମୀମାନେ ଏଡିଏମଙ୍କୁ ଟେକି ଟେକି ଅଫିସ୍‌ ବାହାରକୁ ନେଇଆସି ଅଫିସ୍‌କୁ ବନ୍ଦ କରିଦେଇଥିଲେ। ଏହାପରେ ତାଙ୍କୁ ଚଲାଇ ଚଲାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ଆଣି ଛଡ଼ାଯାଇଥିଲା। ଏହି ଘଟଣାରେ ଏଡିଏମ୍‌ ବେଶ୍‌ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ।

ସମ୍ବନ୍ଧିତ ଖବର