ଭୁବନେଶ୍ବର: କୌଣସି କାରଣ ନ ଥାଇ ରାଜ୍ୟ ସରକାର ଶ୍ରୀମନ୍ଦିରର ୪ ଦ୍ବାରକୁ ୩ବର୍ଷ ହେବ ବନ୍ଦ କରି ରଖିଛନ୍ତି। ପବିତ୍ର କାର୍ତ୍ତିକ ମାସରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ସତ୍ତ୍ବେ ୪ଦ୍ବାରକୁ ଖୋଲାଯାଉନାହିଁ। ପ୍ରତିଦିନ ଭକ୍ତମାନେ ଅକଥନୀୟ ଓ ଅତିଷ୍ଠ ଯନ୍ତ୍ରଣା ଭୋଗୁଛନ୍ତି। ଏହା ବିରୋଧରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆସନ୍ତା ଡିସେମ୍ବର ୧ ତାରିଖରେ ତୁଳସୀ ଯାତ୍ରା ଅନୁଷ୍ଠିତ ହେବ।

Advertisment

ଏହି ଉପଲକ୍ଷେ ପୁରୀ ଜିଲ୍ଲା କଂଗ୍ରେସର ସମସ୍ତ ନେତୃବୃନ୍ଦ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ହୋଇଥିବା ପ୍ରସ୍ତୁତି ବୈଠକରେ ସାମିଲ ହୋଇଥିଲେ। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ସାରା ରାଜ୍ୟରୁ ମହାପ୍ରଭୁଙ୍କ ଚରଣ ଲାଗି ପାଇଁ ତୁଳସୀ ଧରି ଦଳୀୟ କର୍ମୀ ସକାଳ ୯ଟାରେ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିବେ। ସକାଳ ୧୦.୧୫ ରେ କଂଗ୍ରେସ କାର୍ଯ୍ୟାଳୟରୁ ତୁଳସୀ ଯାତ୍ରୀ ଆରମ୍ଭ ହେବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ବୈଠକରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୁରୀ ପର୍ଯ୍ୟବେକ୍ଷକ ଶିବାନନ୍ଦ ରାୟ, ଜିଲ୍ଲା ସଭାପତି ଜୟୀନାରାୟଣ ପଟ୍ଟନାୟକ, କିଷାନ ସେଲ୍ ଅଧ୍ୟକ୍ଷ ଅମିୟ ପଟ୍ଟନାୟକ, ବିନାୟକ ଦାସମହାପାତ୍ର, ବିଶ୍ବଭୂଷଣ ଦାସ, ନିରଞ୍ଜନ ରଥ, ସୁଜିତ ମହାପାତ୍ର, ଅମର ପାଇକରାୟ, ଜ୍ଞାନ ପଟ୍ଟନାୟକ, ମାନସ ଆଚାର୍ଯ୍ୟ, ସ୍ବାଧୀନ ପଣ୍ଡା, ସୂର୍ଯ୍ୟ ମିଶ୍ର, ବିଶ୍ବଜିତ ମହାପାତ୍ର, ମିତ୍ରଭାନୁ ମହାପାତ୍ର, ଜୟଶ୍ରୀ ପାତ୍ର, ଭାସ୍କର ସେଠ, ଅକ୍ଷୟ ହରିଚନ୍ଦନ, ଦେବାଶିଷ ଦାସମହାପାତ୍ର ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।