କେନ୍ଦୁଝର : କେନ୍ଦୁଝର ଜିଲ୍ଲାରୁ ଖଣିଜ ଉତ୍ତୋଳନ ହେବ। କିନ୍ତୁ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହେବନି। ଜଙ୍ଗଲ କାଟ ସାଙ୍ଗକୁ ନଦୀପାଣି ବ୍ୟବହାର ହେବ କିନ୍ତୁ ଲୋକେ କାମ ପାଇବେ ନାହିଁ। କେନ୍ଦୁଝରବାସୀଙ୍କ ବିରୋଧରେ ଏଭଳି ଏକ ଭୟଙ୍କର ଷଡ଼୍ଯନ୍ତ୍ର ରଚାଯାଇଛି। ତାହା ହେଉଛି ସ୍ଲରି ପାଇପ୍ଲାଇନ୍। ଏବେ ସ୍ଲରି ପାଇପ୍ଲାଇନ୍ରେ ଲୁହାପଥର ପରିବହନ ପ୍ରକ୍ରିୟା ଜିଲ୍ଲାରେ ତ୍ବରାନ୍ବିତ ହେଉଛି। ଯାହାକି ଟ୍ରକ୍ ଯୋଗେ ଖଣିଜ ପରିବହନକୁ ଶକ୍ତ ଝଟ୍କା ସହ କେନ୍ଦୁଝରବାସୀଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେବ ବୋଲି ଆଶଙ୍କା କରାଯାଉଛି।
/sambad/media/post_attachments/wp-content/uploads/2022/03/mines-300x181.jpg)
କେନ୍ଦୁଝର ଜିଲ୍ଲାର ଆର୍ଥିକ ମେରୁଦଣ୍ଡ ଥିଲା ଟ୍ରକ୍ ବ୍ୟବସାୟ। ଜିଲ୍ଲାର ବହୁ ବେକାର ଯୁବକ ଋଣ କରି ଟ୍ରକ୍ ଆଣି ଖଣିଜ ପରିବହନରେ ଲଗାଇଥିଲେ। ଏଥିରେ ସେମାନେ ନିଜେ ରୋଜଗାର ପାଇବା ସହ ଟ୍ରକ୍ ଚାଳକ, ହେଲପର୍ ମଧ୍ୟ ରୋଜଗାର ପାଉଥିଲେ। ଏଭଳି କି ଲୋଡିଂ ଶ୍ରମିକଙ୍କୁ ମଧ୍ୟ କାମ ମିଳୁଥିଲା। ଏବେ ଅଧିକରୁ ଅଧିକ ଯାନ୍ତ୍ରିକ ପଦ୍ଧତିରେ ଖଣିଜ ଉତ୍ତୋଳନ ସହ ବୋଝେଇ ହେଉଛି। ସେହିପରି କିଛିବର୍ଷ ତଳେ ବିଆର୍ପିଏଲ୍ ଓ ଏସାର୍ (ବର୍ତ୍ତମାନ ନିପ୍ପୋ ଷ୍ଟିଲ୍) ସ୍ଲରି ପାଇପ୍ଲାଇନ୍ ଯୋଗେ ଲୁହାପଥର ଗୁଣ୍ଡ ପାରାଦୀପ ବନ୍ଦରକୁ ପରିବହନ କରିବା ଆରମ୍ଭ କରିଥିଲେ। ପାରାଦୀପଠାରେ ଲୁହାପଥର ଗୁଣ୍ଡକୁ ସଫା କରି ଚୁମ୍ବକୀୟ ଆକର୍ଷଣ ପଦ୍ଧତିରେ ଏକତ୍ରିତ କରି ବ୍ୟବସାୟିକ ସ୍ଥଳକୁ ପହଞ୍ଚାଯାଉଛି। ଏହାଦ୍ବାରା ପରିବହନ ଖର୍ଚ୍ଚ କମିବା ସହ ଗାଡ଼ିମୋଟର ଚଳାଚଳ ପାଇଁ ରାସ୍ତାଘାଟ ବ୍ୟବହାର ହେଉନାହିଁ। ବହୁତ କମ୍ ସମୟ ମଧ୍ୟରେ ଠିକଣା ସ୍ଥାନରେ ଲୁହାପଥର ଗୁଣ୍ଡ ପହଞ୍ଚିଯାଉଛି। ଫଳରେ ଏହି ଦୁଇଟି କମ୍ପାନି ଖୁବ୍ ଲାଭବାନ ହେଉଛନ୍ତି।
ସ୍ଲରି ପାଇପ୍ଲାଇନ୍ ଯୋଗେ କେବଳ ନିମ୍ନମାନର ଲୁହାପଥର ଗୁଣ୍ଡ ପରିବହନ କରିବା ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାରଣ ନିମ୍ନମାନର ଲୁହାପଥର ଗୁଣ୍ଡକୁ ଟ୍ରକ୍ ଯୋଗେ ପରିବହନ କଲେ କମ୍ପାନି କ୍ଷତି ସହିବେ। ମାତ୍ର ଏବେ ନିମ୍ନମାନର ଲୁହାପଥର ପରିବର୍ତ୍ତେ ଉଚ୍ଚମାନର ଲୁହାପଥରକୁ ମଧ୍ୟ ପାଇପ୍ଲାଇନ୍ରେ ପରିବହନ କରାଯାଉଛି। ଏହି ପଦ୍ଧତିରେ ଖଣିଜ ପରିବହନ ହେଲେ ଜଲ୍ଲାବାସୀଙ୍କର କୌଣସି କ୍ଷତି ହେବ ନାହିଁ କି ଲୋକେ ଅସୁବିଧାରେ ପଡ଼ିବେ ନାହିଁ ବୋଲି କମ୍ପାନିମାନେ ସରକାରଙ୍କ ନିକଟରେ ଯୁକ୍ତି ବାଢ଼ୁଛନ୍ତି। ବର୍ତ୍ତମାନ ପାଇପ୍ଲାଇନ୍ ଯୋଗେ ବିଆର୍ପିଏଲ୍ରୁ ବାର୍ଷିକ ୪.୫ ମିଲିୟନ ଟନ୍ ଏବଂ ନିପ୍ପୋ ଷ୍ଟିଲ୍ରୁ ୧୨ ମିଲିୟନ ଟନ୍ ଲୁହାପଥର ଗୁଣ୍ଡ ପରିବହନ ହେଉଛି। ସେହିପରି ଜେଏସ୍ଡବ୍ଲ୍ୟୁ ମଧ୍ୟ ସ୍ଲରି ପାଇପ୍ଲାଇନ୍ କାମ ଜାରି ରଖିଛି। ଏହା