ଭୁବନେଶ୍ବର: ଲୋୟର ପିଏମ୍‌ଜିରେ ଆନ୍ଦୋଳନ ବେଳେ ପୁଲିସ-କଂଗ୍ରେସ କର୍ମୀ ମୁହାଁମୁହିିଁ ଘଟଣାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିିଟି (ପିିସିସି) ସଭାପତି ନିିରଞ୍ଜନ ପଟ୍ଟନାୟକ ମୁୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସକୁ ବଦନାମ୍‌ କରିବା ପାଇଁ ଷଡ଼ଯନ୍ତ୍ର ଚାଲିଛି। ଗଣମାଧ୍ୟମକୁ ସେ କହିଛନ୍ତି ଯେ, ଦମନ ପାଇଁ ଶାସକ ଦଳର ନିର୍ଦ୍ଦେଶ ଥାଇପାରେ। ଆଜିଯାଏଁ ଦର ବୃଦ୍ଧି ନେଇ ଶାସକ ଦଳ ପାଟି ଫିଟାଉ ନଥିଲା। ସ୍ବାର୍ଥରକ୍ଷା ପାଇଁ କଂଗ୍ରେସ ଦଳକୁ ବଦନାମ ଲାଗି ଷଡ଼ଯନ୍ତ୍ର ଚାଲିଛି। ନିଜକୁ ସ୍ବଚ୍ଛ ପ୍ରମାଣିତ ପାଇଁ ଷଡ଼ଯନ୍ତ୍ର ଚାଲିଛି ବୋଲି ପ୍ରତିକ୍ରି୍ୟା ରଖିଛନ୍ତି ପିସିସି ସଭାପତି।