ଭୁବନେଶ୍ବର: ଝାରପଡ଼ା ପୂଜା ସମିତି ସରକାରୀ ଜାଗାରେ ବଦଳରେ ଚଳିତ ବର୍ଷ ନିଜର ସ୍ଥିତିବାନ ଜମିରେ ପୂଜା କରିବ। ଶାନ୍ତି ଶୃଙ୍ଖଳା ସହ ୧୪ ବର୍ଷ ଧରି ଚାଲିଥିବା ଏହି ପୂଜାକୁ ଭଣ୍ଡୁର କରିବାକୁ ହୀନ ପ୍ରକ୍ରିୟା ଚାଲିଥିବା ସମ୍ପର୍କରେ ସମିତି ପକ୍ଷରୁ କୁହାଯାଇଛି।
ଏପରିକି ଜାଣିଶୁଣି ପୂଜା ମଣ୍ଡପରେ ବିଏନଏସର ୧୬୩ ଲଗାଇ ଏହାକୁ ବନ୍ଦ କରାଯାଇଛି। ବିଳମ୍ବରେ ହେଲେ ବି ପୂଜାପାଇଁ ମାଟି ଅନୁକୂଳ ହେବ।
ଏହାକହି ଝାରପଡ଼ା ଦୁର୍ଗାପୂଜା ସମିତି ଏକ ଗଣମାଧ୍ୟମ ସମ୍ମିଳନୀରେ ଜଗନ୍ନାଥ ପ୍ରଧାନଙ୍କୁ ଟାର୍ଗେଟ କରିଛି। ଭାଇଚାରାର ଦୁର୍ଗାପୂଜାକୁ ଭଣ୍ଡୁର ପାଇଁ ଷଡ଼ଯନ୍ତ୍ର ଚାଲିଛି । ନୂଆ ସରକାର ଆସିଲା ପରେ ଏଭଳି ହୀନ ରାଜନୀତି କରି ପୂଜାକୁ ବନ୍ଦ କରିବାକୁ ଯୋଜନା ଚାଲିଛି ।
ଝାରପଡ଼ା ଦୁର୍ଗା ପୂଜା ସମିତି ନାଁରେ ନକଲି ବ୍ୟାନର ମରାଯାଇ ଗାଁକୁ ବଦନାମ କରାଯାଉଛି । ଖାଲି ସେତିକି ନୁହେଁ ବେଆଇନ ଭାବରେ ରସିଦ ବହି ଛାପି ନୂତନ କମିଟି ଚାନ୍ଦା ଆଦାୟ କରୁଛି । ଏନେଇ ସମିତି ପକ୍ଷରୁ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ବି ହୋଇଛି ।
ହେଲେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି ବୋଲି ସମିତିର ଆବାହକ ଶ୍ରୀଧର ଜେନା, ସହ ସମ୍ପାଦକ ଅରୁଣ କୁମାର ଜେନା ଏବଂ ସଂଗଠନ ସମ୍ପାଦକ ଦିଲ୍ଲୀପ କୁମାର ଜେନା କହିଛନ୍ତି।
jharapada puja committee | Bhubaneswar | Durga Puja
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/08/31/conspiracy-to-spoil-brotherhoods-durga-puja-jharpada-puja-samiti-targets-jagannath-pradhan-2025-08-31-16-06-23.jpg)