ଉଲୁଣ୍ଡା: ସୁବର୍ଣ୍ଣପୁରଜିଲ୍ଲା ଉଲୁଣ୍ଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଆନ୍ଦୋଳନ ପାଇଁ ମୁତୟନ ଥିବା ଜଣେ ପୁଲିସ କନେଷ୍ଟବଳଙ୍କ ରାଜରାସ୍ତାରେ ମୃତ୍ୟୁ ଘଟିଛି। ମୃତ ପୁଲିସ କର୍ମଚାରୀ ହେଲେ ଉଲୁଣ୍ଡା ଥାନା ମହୁଲପାଲି ଗ୍ରାମର ସରୋଜ ପ୍ରଧାନ (୫୬)। ଶୁକ୍ରବାର ଅନୁସୂଚିତ ଜାତି ଓ ଜନଜାତି ସଙ୍ଗଠନ ପକ୍ଷରୁ ଉଲୁଣ୍ଡାଠାରେ ଏକ ଆନ୍ଦୋଳନ ଚାଲିଥିଲା। ଆଇନଶୃଙ୍ଖଳା ପାଇଁ ସୋନପୁର-ସମ୍ବଲପୁର ରାସ୍ତାରେ ପୁଲିସ କର୍ମଚାରୀ ମୁତୟନ ହୋଇଥିଲେ। ଏମାନଙ୍କ ମଧ୍ୟରେ ସରୋଜ ପ୍ରଧାନ ମଧ୍ୟ ସାମିଲ ଥିଲେ। ଆନ୍ଦୋଳନକାରୀମାନେ ଶୋଭାଯାତ୍ରାରେ ଯାଉଥିବା ବେଳେ ଶ୍ରୀ ପ୍ରଧାନ ଭିଡିଓ ରେକର୍ଡିଂ କରୁଥିଲେ। ହଠାତ୍ ସେହି ସ୍ଥାନରେ ସେ ଟଳି ପଡ଼ିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଉଲୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
Constable falls: ଭିଡିଓ ରେକର୍ଡିଂ ବେଳେ ଟଳିପଡ଼ିଲେ କନେଷ୍ଟବଳ
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଆନ୍ଦୋଳନ ପାଇଁ ମୁତୟନ ଥିବା ଜଣେ ପୁଲିସ କନେଷ୍ଟବଳଙ୍କ ରାଜରାସ୍ତାରେ ମୃତ୍ୟୁ....
/sambad/media/media_files/2025/11/08/untitled-19-2025-11-08-07-44-40.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)