କଟକ : ରାଜ୍ୟର ବିଭିନ୍ନ ଜିଲ୍ଲା ତଥା କମିସନରେଟ୍ ପୁଲିସ୍ରେ ଏବେ ୧୪୭୦ କନଷ୍ଟେବଲ୍ ପଦବି ଖାଲି ପଡ଼ିଛି। ଏହି ପଦବି ପୂରଣ ପାଇଁ ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ପଦକ୍ଷେପ ନିଆଯାଉଛି। ପୁଲିସ ବିଭାଗର ତଳସ୍ତରରେ କାମ କରୁଥିବା କନଷ୍ଟେବଲ୍ମାନେ ଆଇନଶୃଙ୍ଖଳା ରକ୍ଷା କ୍ଷେତ୍ରରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ଖାଲି ପଡ଼ିଥିବା ପଦବି ପୂରଣ ପାଇଁ ପଦକ୍ଷେପ ନିଆଯାଉଛି। ସୂଚନା ଅନୁଯାୟୀ ଭୁବନେଶ୍ୱର କମିସନରେଟ୍ ପୁଲିସରେ ସର୍ବାଧିକ ୧୧୫ଟି କନଷ୍ଟେବଲ୍ ପଦବି ଖାଲି ରହିଥିବା ବେଳେ କଟକ କମିସନରେଟ୍ ପୁଲିସରେ ୧୦୨ଟି କନଷ୍ଟେବଲ୍ ପଦବି ଖାଲି ରହିଛି। ସେହିଭଳି ବ୍ରହ୍ମପୁରରେ ୧୦୩ଟି କନଷ୍ଟେବଲ୍ ପଦବି ଖାଲି ରହିଛି। ଗଜପତି ଜିଲ୍ଲାରେ ସର୍ବନିମ୍ନ ୧୩ଟି କନଷ୍ଟେବଲ୍ ପଦବି ଖାଲି ରହିଥିବା ସୂଚନା ମିଳିଛି।
୧୪୭୦ କନଷ୍ଟେବଲ୍ ପଦବି ଖାଲି
/sambad/media/post_attachments/wp-content/uploads/2017/10/op.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)