ରାଉରକେଲା : ସେକ୍ଟର-୧ ଏଚ୍ ବ୍ଲକରେ ରହୁଥିବା ରଘୁନାଥପାଲୀ ଥାନାର କନେଷ୍ଟବଳ ଭୀମବାହାଦୁର ଥାପ୍ପା (୫୪) ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଗତକାଲି ରାତିରେ ଘରେ କେହି ନଥିବାବେଳେ ଭୀମବାହାଦୁର ନିଜ ଶୋଇବା ଘରେ ବେକରେ ରଶି ଲଗାଇ ଦେଇଥିଲେ। ପରିବାର ଲୋକ ତାଙ୍କୁ ଘରୁ ଉଦ୍ଧାର କରି ଚିକିତ୍ସା ପାଇଁ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପାରିବାରିକ ସମସ୍ୟାକୁ ନେଇ ଭୀମବାହାଦୁର ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।
କନେଷ୍ଟବଳଙ୍କ ଆତ୍ମହତ୍ୟା
/sambad/media/post_attachments/wp-content/uploads/2018/05/RKL-CONSTABLE-SUICIDE-AT-SEC-3-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)