ଥାନାରେ ହଙ୍ଗାମା କରି ଜେଲ୍‌ ଗଲେ କନେଷ୍ଟବଳ

ବିଂଝାରପୁର : ମହଙ୍ଗା ପଡ଼ିଲା ବିଂଝାରପୁର ଥାନା ପରିସରରେ କାର୍ଯ୍ୟରତ କନେଷ୍ଟବଳଙ୍କ ଉନ୍ମତ୍ତ କାଣ୍ଡ। ଏହି ଘଟଣାରେ କନେଷ୍ଟବଳଙ୍କ ସମେତ ୩ ଜଣଙ୍କୁ ଗିରଫ କରି ବିଂଝାରପୁର ପୁଲିସ କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କନେଷ୍ଟବଳ ପୂର୍ଣ୍ଣଚନ୍ଦ୍ର ସାହୁ, ଥାନା ଘେରାଉରେ ସଂପୃକ୍ତ ଥିବା ଉତ୍ତମ ସାହୁ ଓ ଦିଲୀପ ସାହୁ। ଅନ୍ୟପକ୍ଷରେ କନେଷ୍ଟବଳ ଶ୍ରୀ ସାହୁଙ୍କ ନିଲମ୍ଵନ ପାଇଁ ଏସଡିପିଓ ସରୋଜ କୁମାର ଉପାଧ୍ୟାୟ ଯାଜପୁର ଏସପିଙ୍କୁ ରିପୋର୍ଟ କରିଛନ୍ତି।

ସୂଚନା ମୁତାବକ, ବିଂଝାରପୁର ଥାନାରେ କାର୍ଯ୍ୟରତ କନେଷ୍ଟବଳ ପୂର୍ଣ୍ଣଚନ୍ଦ୍ର ସାହୁ ତାଙ୍କ ବଦଳିକୁ ନେଇ ଗତକାଲି ସଂଧ୍ୟାରେ ଥାନା ପରିସରରେ ହୋହାଲ୍ଲା କରିଥିଲେ। ନିଶାଶକ୍ତ ଅବସ୍ଥାରେ କନେଷ୍ଟବଳ ଶ୍ରୀ ସାହୁ ସ୍ଥାନୀୟ କିଛି ଯୁବକଙ୍କୁ ନେଇ ଥାନା ଘେରିବା ସହ ଥାନା ଅଧିକାରୀ ଓ ଅନ୍ୟକିଛି କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲେ। ଖବରପାଇ ଏସଡିପିଓ ଶ୍ରୀ ଉପାଧ୍ୟାୟ ପହଞ୍ଚି ସମ୍ପୃକ୍ତ କନେଷ୍ଟବଳଙ୍କୁ ଧରି ଯାଜପୁର ନେଇଯାଇଥିଲେ। ପରେ ସେମାନଙ୍କ ନାଁରେ ୧୮/୨୨ରେ ଏକ ମାମଲା ରୁଜୁ କରାଯାଇଥିଲା।

ସମ୍ବନ୍ଧିତ ଖବର