କଟକ : ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ କି ଥାନାସ୍ତରରେ କାର୍ଯ୍ୟରତ ଗ୍ରାଜୁଏଟ୍ କନଷ୍ଟେବଳ ଏବଂ କ୍ରମିନାଲ୍ ଇଣ୍ଟେଲିଜେନ୍ସ(ସିଆଇ) ହାବିଲଦାରଙ୍କୁ ମିଳିବ ତଦନ୍ତ ଦାୟିତ୍ବ। ଏମାନେ ସିଆର୍ପିସିର ନିର୍ଦ୍ଦିଷ୍ଟ ଦଫାରେ ଅପରାଧିକ ମାମଲାର ତଦନ୍ତ କରିପାରିବେ। ଏଥିପାଇଁ ପୁଲିସ ବିଭାଗ ପକ୍ଷରୁ ଦୁଇଟି ତାଲିମ ଓ ଗୋଟିଏ ପରୀକ୍ଷା କରାଯିବାକୁ ୨୦୧୯ ଆରମ୍ଭରେ ନିଷ୍ପତ୍ତି ହୋଇଥିଲା। ଜିଲ୍ଲା ଏସ୍ପିମାନେ ଆଗ୍ରହୀ ଗ୍ରାଜୁଏଟ୍ କନଷ୍ଟେବଳଙ୍କୁ ଆବେଦନ କରିବାକୁ ଚିଠି ଲେଖିଥିଲେ। ନିଷ୍ପତ୍ତିକୁ ଦୁଇବର୍ଷ ପୂରିବାକୁ ବସିଲାଣି। ୩ ହଜାରରୁ ଅଧିକ ଗ୍ରାଜୁଏଟ କର୍ମଚାରୀ ଆବେଦନ କରିଥିଲେ ସୁଦ୍ଧା ପୁଲିସ ବିଭାଗ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ତାଲିମ ନଦେବାରୁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ସୂଚନା ଅନୁଯାୟୀ, ଗତ ୨୦୧୮ ଜାନୁଆରି ୨୭ ତାରିଖରେ ଏଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଂଗରେ ପୁଲିସ ବିଭାଗ ଗୃହ ବିଭାଗକୁ ସୁପାରିଶ କରିଥିଲା। ୨୦୧୯ ଜାନୁଆରି ପ୍ରଥମ ସପ୍ତାହରେ ଗୃହ ବିଭାଗ ପ୍ରସ୍ତାବକୁ ଅନୁମୋଦନ କରିଥିଲା। ସିଆର୍ପିସି ଧାରା ୧୫୭ ବଳରେ ରାଜ୍ୟରେ ଥାନାସ୍ତରରେ କାର୍ଯ୍ୟ କରୁଥିବା ସିଆଇ ହାବିଲ୍ଦାର ଏବ˚ କନ୍ଷ୍ଟେବଳଙ୍କୁ ତଦନ୍ତ ଅଧିକାର ପ୍ରଦାନ କରାଯାଇଥିଲା। ସର୍ବାଧିକ ୩ ବର୍ଷ ପର୍ଯ୍ୟନ୍ତ ଦଣ୍ତବିଧାନ ବ୍ୟବସ୍ଥା ଥିବା ଅପରାଧର ତଦନ୍ତ ଦାୟିତ୍ବ ସେମାନଙ୍କୁ ହସ୍ତାନ୍ତର କରାଯିବ। ନିର୍ଦ୍ଦିଷ୍ଟ ଭାବେ ଦି ଓଡ଼ିଶା ପ୍ରିଭେନସନ ଅଫ୍ ଗ୍ୟାମ୍ବଲି˚ ଆକ୍ଟ-୧୯୫୫, ଦି ଓଡ଼ିଶା ଫାୟାର ଵାର୍କସ୍ ଆଣ୍ତ ଲାଉଡ୍-ସ୍ପିକର୍(ରେଗୁଲେସନ୍) ଆକ୍ଟ-୧୯୫୮, ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ-୨୦୧୫, ମଟର ଚୋରି ମାମଲା, ଅବକାରୀ ମାମଲାରେ ସେମାନଙ୍କୁ ତଦନ୍ତ ଭାର ପ୍ରଦାନ କରାଯିବ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୫ ସପ୍ତାହ ବିଜୁ ପଟ୍ଟନାୟକ ପୁଲିସ ଟ୍ରେନି˚ ଇନ୍ଷ୍ଟିଚ୍ୟୁଟ୍ରେ ଟ୍ରେନି˚ ଦିଆଯିବ। ପରେ ଥାନାସ୍ତରରେ ୪୫ ଦିନ ଟ୍ରେନି˚ ପ୍ରଦାନ କରାଯିବ ଏବଂ ଟ୍ରେନି˚ ଶେଷ ହେବା ପରେ ପୁଲିସ ଡିଜି କିମ୍ବା ଆଇଜିଙ୍କ ପକ୍ଷରୁ ପରୀକ୍ଷା କରାଯିବ। ଏଥିରେ କୃତକାର୍ଯ୍ୟ ହେଇଥିବା ପ୍ରାର୍ଥୀଙ୍କୁ କ୍ଷମତା ପ୍ରଦାନ କରାଯିବ।
ଏଭଳି ସରକାରୀ ନିଷ୍ପତ୍ତିକୁ ଦୁଇବର୍ଷ ବିତିଯାଇଥିଲେ ସୁଦ୍ଧା କୌଣସି ପ୍ରକାର ଅଗ୍ରଗତି ଘଟିନାହିଁ। ପୁଲିସ ବିଭାଗ ତୁରନ୍ତ ଏଭଳି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ହାବିଲଦାର ଓ କନଷ୍ଟେବଳ ମହାସଂଘ ପକ୍ଷରୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/constebale.jpg)