ଭବାନୀପାଟଣା: ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ନଫରତ ଛାଡ଼, ସମ୍ବିଧାନ ବଚାଓ ଆନ୍ଦୋଳନ ଆରମ୍ଭ ହୋଇଛି। ଏହି ପଦଯାତ୍ରା ଆଜି ଭବାନୀପାଟଣା ସହରରେ ପହଞ୍ଚିଥିବା ବେଳେ ଗାନ୍ଧୀଛକଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ଆନ୍ଦୋଳନରେ ଖଣ୍ଡୁଆଳମାଳି ସ୍ଥାୟୀ ସୁରକ୍ଷା କମିଟି ମଧ୍ୟ ସାମିଲ ହୋଇଥିଲା।

Advertisment

ଗତ ‌ଅକ୍ଟୋବର ୫ ତାରିଖରୁ ମୁନିଖୋଲଠାରୁ ପଦଯାତ୍ରା ଆରମ୍ଭ ହୋଇ ଆଜି ଭବାନୀପାଟଣାରେ ଶେଷ ହୋଇଥିଲା। ଆଦିବାସୀଙ୍କ ସୁରକ୍ଷା ଓ ସମ୍ବିଧାନ ବଚାଓ ଆନ୍ଦୋଳନରେ ବିଭିନ୍ନ ସାମାଜିକ କର୍ମୀମାନେ ଉଦବୋଧନ ଦେଇଥିଲେ।