ସମ୍ବିଧାନ ଦିବସ ଦେଲା ମୁକ୍ତିର ଆନନ୍ଦ: ଆଜୀବନ ସଜାରୁ ମୁକୁଳିଲେ ୧୪କଏଦୀ

Advertisment

ଦୀର୍ଘ ୧୭ ବର୍ଷ ବିତିଯାଇଛି ଜେଲ୍‌ର ଚାରିକାନ୍ଥ ଭିତରେ। ଘର, ପରିବାର, ବନ୍ଧୁବର୍ଗ, ପ୍ରିୟଜନ ସମସ୍ତଙ୍କଠାରୁ ଦୂରରେ ରହିବାକୁ ପଡ଼ିଥିଲା। ଯୌବନ ବିତିଗଲା କଏଦୀଙ୍କ ମେଳରେ। ଶତାଧିକ କଏଦୀଙ୍କ ଗହଣରେ ବି ଜୀବନଟା ଲାଗୁଥିଲା ନିଃସଙ୍ଗ।

ଦୀର୍ଘ ୧୭ ବର୍ଷ ବିତିଯାଇଛି ଜେଲ୍‌ର ଚାରିକାନ୍ଥ ଭିତରେ। ଘର, ପରିବାର, ବନ୍ଧୁବର୍ଗ, ପ୍ରିୟଜନ ସମସ୍ତଙ୍କଠାରୁ ଦୂରରେ ରହିବାକୁ ପଡ଼ିଥିଲା। ଯୌବନ ବିତିଗଲା କଏଦୀଙ୍କ ମେଳରେ। ଶତାଧିକ କଏଦୀଙ୍କ ଗହଣରେ ବି ଜୀବନଟା ଲାଗୁଥିଲା ନିଃସଙ୍ଗ।

sfhfsfh

ଭୁବନେଶ୍ବର: ଦୀର୍ଘ ୧୭ ବର୍ଷ ବିତିଯାଇଛି ଜେଲ୍‌ର ଚାରିକାନ୍ଥ ଭିତରେ। ଘର, ପରିବାର, ବନ୍ଧୁବର୍ଗ, ପ୍ରିୟଜନ ସମସ୍ତଙ୍କଠାରୁ ଦୂରରେ ରହିବାକୁ ପଡ଼ିଥିଲା। ଯୌବନ ବିତିଗଲା କଏଦୀଙ୍କ ମେଳରେ। ଶତାଧିକ କଏଦୀଙ୍କ ଗହଣରେ ବି ଜୀବନଟା ଲାଗୁଥିଲା ନିଃସଙ୍ଗ। ଆଜି ସେସବୁର ଅନ୍ତ ଘଟିଛି। ସମ୍ବିଧାନ ଦିବସ ଆଣିଦେଇଛି ମୁକ୍ତିର ଆନନ୍ଦ। ଆଖିରୁ ଝରିଛି ଆନନ୍ଦାଶ୍ରୁ। ଶେଷ ଜୀବନ ଶାନ୍ତିରେ କଟିବାର ମୋହ ତାଙ୍କୁ କରିଦେଇଥିଲା ଭାବବିହ୍ବଳ। ଏହା କେବଳ ଝାରପଡ଼ା ଜେଲ୍‌ରୁ ମୁକୁଳିଥିବା ଟାଙ୍ଗୁରୁ ଡିଗିଙ୍କ କଥା ନୁହେଁ, ଆଜି ସମ୍ବିଧାନ ଦିବସରେ ରାଜ୍ୟର ବିଭିନ୍ନ ଜେଲ୍‌ରେ ଆଜୀବନ ସଜା କାଟି ମୁକୁଳିଥିବା ୧୪ଜଣ କଏଦୀଙ୍କ କଥା। 

୨୦୦୭ ମସିହା ଅକ୍ଟୋବର ୨୩। ଚନ୍ଦକା ଥାନା କାଟେଣୀ ଆଦିବାସୀ ସାହିରେ ରହୁଥିବା ଝାରଖଣ୍ଡ ସିଂହଭୂମ ଜିଲ୍ଲାର ଟାଙ୍ଗୁରୁ ଡିଗି ଘଟାଇଥିଲା ଏକ ଜଘନ୍ୟ ହତ୍ୟାକାଣ୍ଡ। ମଦ ନିଶାରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ସେ ପଡ଼ୋଶୀ ସିଦ୍ଧେଶ୍ବର ପିଙ୍ଗୁଆଙ୍କୁ କାଠଫାଳିଆରେ ପିଟିପିଟି ହତ୍ୟା କରିଥିଲା। ସେତେବେଳେ ଟାଙ୍ଗୁରୁର ବୟସ ୩୭ ବର୍ଷ। ସେବେଠୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୧୭ବର୍ଷ ସେ ଝାରପଡ଼ା ଜେଲ୍‌ରେ ରହିଥିଲା। ଆଜି ୫୪ ବର୍ଷ ବୟସରେ ତାଙ୍କ ସଶ୍ରମ କାରାବାସର ପରିସମାପ୍ତି ଘଟିଛି। ବଗିଚା କାମରୁ ତାଙ୍କୁ ମିଳିଛି ୫୫ ହଜାର ଟଙ୍କା। ସେହିଭଳି ପ୍ରଜିନ୍‌ ୱେଲ୍‌ଫେୟାର୍‌ ଫଣ୍ଡରୁ ମିଳିଛି ୫ ହଜାର। ଟାଙ୍ଗୁରୁଙ୍କ ଭଳି ଅନ୍ୟ ୧୩ଜଣ ବି ବିଭିନ୍ନ ଜେଲ୍‌ରୁ ବାହାରିଛନ୍ତି। କୋରାପୁଟ ଜେଲ୍‌ରୁ ୪, ଚନ୍ଦକା ଜାମୁଝରୀ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମରୁ ୩, ରାଉରକେଲାରୁ ୨ ଏବଂ ସମ୍ବଲପୁର, ଫୁଲବାଣୀ, ବଲାଙ୍ଗୀର ଓ ଦେବଗଡ଼ ଜେଲ୍‌ରୁ ଜଣେ ଲେଖାଏଁ କଏଦୀଙ୍କ ଆଜୀବନ କାରାଦଣ୍ଡର ଅନ୍ତ ଘଟିଛି। ଦଣ୍ଡାଦେଶ ସମୀକ୍ଷା ପରିଷଦ ଅନୁମୋଦନକ୍ରମେ ଏହି କଏଦୀମାନଙ୍କୁ ମୁକ୍ତି ମିଳିଛି।

ଜେଲ୍‌ ଜୀବନ କାଳରେ ସେମାନଙ୍କ ଚରିତ୍ର, ଆଚରଣ, ବ୍ୟବହାରରେ ବ୍ୟାପକ ପରିବର୍ତ୍ତନ ଦେଖିବା ପରେ ସେମାନଙ୍କୁ ସବୁଦିନ ପାଇଁ ମୁକ୍ତ କରାଯାଇଛି। ସେହିପରି ଭାରତୀୟ ନ୍ୟାୟ ସଂହିତା ଧାରା ୪୭୯ରେ ଥିବା ବ୍ୟବସ୍ଥା ଅନୁଯାୟୀ ଚଳିତ ସପ୍ତାହକ ଭିତରେ ୧୦ ଜଣ ବିଚାରାଧୀନ ବନ୍ଦୀଙ୍କୁ ଜାମିନ ମିଳିଛି। ୩ଜଣଙ୍କୁ ଜାମିନରେ ଛାଡ଼ିବା ପାଇଁ ରାଉରକେଲା, ଅନୁଗୁଳ ଓ ପାଟଣାଗଡ଼ କୋର୍ଟରେ ମାମଲା ବିଚାରାଧୀନ ରହିଛି। ସୂଚନାଯୋଗ୍ୟ ଯେ ଛୋଟଛୋଟ ଅପରାଧରେ ଜେଲ୍‌ରେ ଥିବା ବିଚାରାଧୀନ କଏଦୀଙ୍କୁ ଜାମିନ ମିଳିଥିଲେ ମଧ୍ୟ ଅର୍ଥାଭାବ କାରଣରୁ କୋର୍ଟଙ୍କ ସର୍ତ୍ତ ପୂରଣ କରିବାରେ ବିଫଳ ହୋଇଥିବା କିଛି ବ୍ୟକ୍ତି ବର୍ଷବର୍ଷ ଧରି ଜେଲ୍‌ରେ ରହୁଛନ୍ତି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏହିସବୁ ପ୍ରସଙ୍ଗକୁ ହାଇକୋର୍ଟଙ୍କ ନଜରକୁ ଆଣିବା ପରେ ସେମାନଙ୍କୁ ‘ସପୋର୍ଟ ଟୁ ପୋର୍‌ ପ୍ରଜ୍‌ନର୍‌’ ବିଧିବ୍ୟବସ୍ଥାରେ ସହଯୋଗ କରାଯାଉଛି। ଏହି ସ୍କିମ୍‌ ଅନୁସାରେ ୩ଜଣ ବନ୍ଦୀଙ୍କୁ ଚିହ୍ନଟ କରାଯାଇଛି ଏବଂ ଆଜି ସମ୍ବିଧାନ ଦିବସ ଅବସରରେ ସେମାନଙ୍କୁ ବି ଜାମିନ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe