ଘଟଗାଁ : ପର୍ଯ୍ୟଟନ ମାନଚିତ୍ରରେ ଘଟଗାଁର ସ୍ଥାନ ସ୍ୱତନ୍ତ୍ର। ଘଟଗାଁ ଓ ଏହାର ଆଖପାଖ ଅଞ୍ଚଳରେ ରହିଛି ଗୁଣ୍ଡିଚାଘାଗି ଜଳପ୍ରପାତ, ପୁରାତନ ଶୈବପୀଠ ବର୍ହାଟିପୁରା ନୀଳକଣ୍ଠେଶ୍ୱର ମନ୍ଦିର ଏବଂ ଐତିହାସିକ ସୀତାବିଞ୍ଜି। ଏହାଛଡ଼ା କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ମା’ ତାରିଣୀଙ୍କ ଦର୍ଶନ ପାଇଁ ଘଟଗାଁକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥାନ୍ତି ହଜାର ହଜାର ଶ୍ରଦ୍ଧାଳୁ। ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ତାରିଣୀ ମନ୍ଦିର ନିକଟରୁ ମାତ୍ର ଦେଢ଼ କିମି ଦୂରରେ ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଏକର ପରିମିତ ଜାଗାରେ ନିର୍ମାଣ ହେଉଛି ପ୍ଲାନେଟୋରିୟମ ଓ ସାଇନ୍ସ ପାର୍କ। ଏହାର ନିର୍ମାଣ ପ୍ରାୟ ୬୦ ପ୍ରତିଶତ ଶେଷ ହୋଇଛି। ବିଭିନ୍ନ ବୈଜ୍ଞାନିକ ଯନ୍ତ୍ରପାତି ସଂଯୋଗ ହେବ ସହ ବିଭିନ୍ନ ପ୍ରକାର ଗଛ ଲଗାଇବା ପାଇଁ ପ୍ରସ୍ତୁତି ଚାଲିଛି।
ଏଠାରେ ପାନୀୟଜଳର ସୁବିଧା ପାଇଁ ଦୁଇଟି ଗଭୀର ନଳକୂପ ଖୋଳା ଯାଇଛି। ପ୍ଲାନେଟୋରିୟମ ନିକଟରେ ରାଜ୍ୟ ସରକାରଙ୍କ ଜନଜାତି ବିକାଶ ବିଭାଗ ପକ୍ଷରୁ ଆଦିବାସୀ ସଂଗ୍ରହାଳୟ ନିର୍ମାଣ ଚାଲିଛି। ୧୫ କୋଟି ଟଙ୍କା ବ୍ୟୟରେ ପ୍ଲାନେଟୋରିୟମ ନିର୍ମାଣ ଚାଲିଛି। କେବଳ ବୈଜ୍ଞାନିକ ଯନ୍ତ୍ରପାତି ଖଞ୍ଜାଯିବା ବାକି ଅଛି। ସାଇନ୍ସ ପାର୍କ ପାଇଁ ଲେଆଉଟ ଦିଆଯାଇ କାର୍ଯ୍ୟ ଆରମ୍ଭ ହେଲାଣି। ଗୋଟିଏ ସ୍ଥାନରେ ଜନଜାତି ସଂଗ୍ରହାଳୟ, ପ୍ଲାନେଟୋରିୟମ ଓ ସାଇନ୍ସ ପାର୍କ ନିର୍ମାଣ ହେଉଥିବାରୁ ପର୍ଯ୍ୟଟକମାନେ ମା’ ତାରିଣୀଙ୍କ ଦର୍ଶନ କରିବା ସହ ଏସବୁ ସ୍ଥାନକୁ ଆସି ମନୋରଂଜନ କରିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/keonjhar-planetorium.jpg)