ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ବା ସହର ହେଉଛି ଘୁ.ଉଦୟଗିରି। ଏହା ୪୫ବର୍ଷର ପୁରୁଣାଏନଏସି। ସବୁବେଳେ ସହରରେ ଗହଳି ଚହଳି ଲାଗିରହିଥାଏ। ଅଞ୍ଚଳବାସୀଙ୍କ ଗମନାଗମନରେ ସୁବିଧା ତଥା ସହର ମଧ୍ଯ ଦେଇ ଯାଇଥିବା ରାଜ୍ୟ ରାଜପଥ ସଡ଼କରେ ଟ୍ରାଫିକ ସମସ୍ୟାରୁ ରକ୍ଷା ପାଇବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ବହୁ ବର୍ଷ ହେବ ବାଇପାସ୍ ରୋଡ଼ ନିର୍ମାଣ ନିମନ୍ତେ ଦାବି ହେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଦାବି ପୂରଣ ହେଉ ନଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିବା ସହ ପ୍ରଶାସନର ଗତିହୀନ କାର୍ଯ୍ୟଶୈଳୀ ଓ  ନିଷ୍କ୍ରିୟତାକୁ ନେଇ ସାଧାରଣରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି।

Advertisment

ଘୁ.ଉଦୟଗିରି ସହର ଉପରେ ୮ ଟି ପଞ୍ଚାୟତ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରାୟ ୫୦ ହଜାରରୁ ଉର୍ଦ୍ଧ ଜନସାଧାରଣ ନିର୍ଭର କରୁଥିବା ବେଳେ ସମସ୍ତେ ନିଜ ନିଜ ଆବଶ୍ୟକତା ପୂରଣ ତଥା ସଉଦା କିଣା ବିକା ପାଇଁ ପ୍ରତିଦିନ ସହରକୁ ଆସିଥାନ୍ତି। ସହରରେ ଥିବା ବିଦ୍ୟାଳୟ, ଉଚ୍ଚବିଦ୍ୟାଳୟ, ମହାବିଦ୍ୟାଳୟ, ମେଡିକାଲ, ଗୋଷ୍ଠୀ ଉନ୍ନୟନ କାର୍ଯ୍ୟଳୟ, ତହସିଲ, ଏନଏସି, ବ୍ୟାଙ୍କ୍, କୋର୍ଟ, ବିଦ୍ୟୁତ୍ କାର୍ଯ୍ୟାଳୟ, କୃଷି ବିଭାଗ ଏମିତି ଅନେକ ସରକାରୀ ବେସରକାରୀ କାର୍ଯ୍ୟାଳୟ ଓ ସ୍କୁଲକୁ ଦୈନଦିନ ସହ ସହ ଛାତ୍ରଛାତ୍ରୀ ପାଠ ପଢ଼ିବା ପାଇଁ ଆସୁଥିବା ବେଳେ ସହ ସହ ଲୋକେ ନିଜ ଜରୁରୀ କାମ ପାଇଁ ସହରର ବିଭିନ୍ନ କାର୍ଯ୍ୟାଳୟକୁ ଆସିଥାନ୍ତି ଯାହା ଫଳରେ ସହର ବହୁ ମାତ୍ରାରେ ଜନଗହଳି ରହିଥାଏ ।

ଏମିତି ସମୟରେ ବଡ଼ ବଡ଼ ଟ୍ରକ୍, ବସ, ଅଟୋ ଓ ଅନେକ ଗାଡ଼ି ମୋଟର ସହର ମଧ୍ୟ ଦେଇ ଯିବା ଆସିବା କରିଥାନ୍ତି  ସେପଟେ ସରକାରୀ, ବେସରକାରୀ କାର୍ଯ୍ୟାଳୟ କର୍ମଚାରୀ, ଛାତ୍ର ଛାତ୍ରୀ ସ୍କୁଲ କଲେଜ ଯିବା ଆସିବା କରିବା ସମୟ ସକାଳ ୯ ରୁ ୧୦ ଏବଂ ଅପରାହ୍ନ ୪ ପରେ ମୁଖ୍ୟ ରାସ୍ତାରେ ପ୍ରବଳ ଭିଡ଼ ହେଉଛି। ମୁଖ୍ୟ ସଡ଼କଟି ଯଥେଷ୍ଟ ଚୌଡ଼ା ନଥିବା ବେଳେ ସେଇଠି ପୁଣି ବଡ଼ ବଡ଼ ଦୋକାନ,ଛୋଟ ଉଠାଦୋକାନୀ, ପନିପରିବା ବ୍ୟବସାୟୀ ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ଦୋକାନ ଖୋଲିବା ଫଳରେ କିଣା ବିକା ସମୟରେ ଗାଡ଼ି ମୋଟର ଯିବା ଆସିବା କଷ୍ଟ ସହ ଟ୍ରାଫିକ୍ ଜାମ୍ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି ।

ସହରର ଅଧିକାଂଶ ସ୍ଥାନରେ ରାସ୍ତା ଅଧିକା ଚଉଡ଼ା ନଥିବା ଯୋଗୁଁ ଅଧିକାଂଶ ସମୟରେ ଟ୍ରାଫିକ ଜାମ ରହୁଛି। ସମସ୍ତ ସମସ୍ୟା ଉପରେ ଦୃଷ୍ଟି ରଖି ଏନଏସି ୱାର୍ଡ଼ ୧ ପଦାସାହି ନିକଟରୁ ଶ୍ରୀରାମ ପଦା ସ୍ଥିତ ବସ୍ ଷ୍ଟାଣ୍ଡକୁ ଏକ ବାଇପାସ୍ ରୋଡ଼ ନିର୍ମାଣ କରିବାକୁ ସରକାରଙ୍କ ନିକଟରେ ବହୁ ବର୍ଷ ହେବ ଦାବି କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ।

ବହୁଦିନ ପୂର୍ବରୁ ବାଇପାସ୍ ରାସ୍ତା ପାଇଁ ରାଜସ୍ବ ବିଭାଗ ତରଫରୁ ସର୍ଭେ କରାଯାଇ  ସ୍ଥାନ ନିରୂପଣ ପରେ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପଠାଯାଇଥିଲା କିନ୍ତୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ଘୁ.ଉଦୟଗିରି ବାଇପାସ୍ ରାସ୍ତା ନିର୍ମାଣ କାମ ସରକାରଙ୍କ ନାଲିଫିତା ଭିତରେ ସୀମିତ ରହିଯାଇଛି।

ଅଧିକ ପଢ଼ନ୍ତୁ: ବଜେଟରେ ସବୁ ବର୍ଗର ଲୋକଙ୍କୁ ଗୁରୁତ୍ୱ ଦିଆଯିବ ବୋଲି କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଆଜି ପର୍ଯ୍ୟନ୍ତ ବାଇପାସ୍ ରାସ୍ତା ନିର୍ମାଣ ହୋଇ ପାରିନଥିବା ଫଳରେ ପ୍ରଶାସନର ଅବହେଳା ଓ  ନିଷ୍କ୍ରିୟତାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ଏପଟେ ନିର୍ବାଚିତ ଜନପ୍ରତିନିଧି,ବିଧାୟକ, ସାଂସଦ  ନୀରବ ଦ୍ରଷ୍ଟା ସାଜିଛନ୍ତି ଏହି ପରିପ୍ରେକ୍ଷୀରେ ଅଞ୍ଚଳବାସୀଙ୍କ ବିକାଶ ତଥା ସୁରକ୍ଷାକୁ ଦୃଷ୍ଟିରେ ରଖି ଯଥା ଶୀଘ୍ର ବାଇପାସ୍ ରାସ୍ତା ନିର୍ମାଣ କରିବାକୁ ପ୍ରଶାସନଙ୍କୁ ଅଞ୍ଚଳ ବାସୀଙ୍କ ତରଫରୁ ଦାବି କରାଯାଉଥିବା ବେଳେ କାର୍ଯ୍ୟ ସମ୍ପାଦନାରେ ପ୍ରଶାସନର ଅବହେଳା ଓ ଶିଥିଳତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ କାର୍ଯ୍ୟରତ ଜିଲ୍ଲା ଓ ରାଜ୍ଯ ପ୍ରଶାସନିକ ଅଧିକାରୀଙ୍କୁ ସମାଲୋଚନା କରାଯାଉଥିବା ଶୁଣିବାକୁ ମିଳିଛି।

ଅଧିକ ପଢ଼ନ୍ତୁ: ଦିଲଜିତ୍ ଦୋସାଞ୍ଜଙ୍କ ଶୋ କହି ଠକିନେଲେ ୮ ଲକ୍ଷ ଟଙ୍କା