ଗାଁ ମଝି ଦାଣ୍ଡରେ ଘର ନିର୍ମାଣ, ମାପଚୁପ ପରେ ବିବାଦରେ ଗାଁ ରାସ୍ତା

ଚାନ୍ଦବାଲି: ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦର କିସ୍ମତ ଗାଁରେ ଏକ ଘରୋଇ ଜମି ଏବେ ବିବାଦୀୟ ହୋଇଛି। ଜନୈକ ବ୍ୟକ୍ତି ନିଜର ଜମି ଉପରେ ଗାଁ ରାସ୍ତା ହୋଇଥିବା ଦର୍ଶାଇ ଗାଁର ମଝି ଦାଣ୍ଡରେ ଖୁଣ୍ଟ ପକାଇ ଏକ ଘର ନିର୍ମାଣ କରିବା ପାଇଁ କାର୍ଯ୍ୟ ଆରମ୍ଭ କରୁଛନ୍ତି। ଏହାକୁ ବିରୋଧ କରି ଗ୍ରାମବାସୀ ଚାନ୍ଦବାଲି ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଉକ୍ତ ବିବାଦୀୟ ଜମି ଉପରେ ଗୃହ ନିର୍ମାଣ କରିବା ପାଇଁ ରାଜସ୍ୱ ନିରୀକ୍ଷକ ବାରଣ କରିଛନ୍ତି ଏବଂ ଉକ୍ତ ବିବାଦୀୟ ଜମି ଉପରେ ନୋଟିସ ଲଗାଇ ଗୃହ ନିର୍ମାଣ କରିବାରେ ରୋକ ଲଗାଇଛନ୍ତି।

ଗାଁ ମଝି ଦାଣ୍ଡରେ ଖୁଣ୍ଟ ପକାଯାଇଥିବାରୁ ରାସ୍ତାରେ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଦୁଇ ଚକିଆ ଯାନ ଛଡ଼ା ଟ୍ରଲି ଅଟୋ ଚଳାଚଳ କରିପାରୁ ନାହିଁ । ଏହି ରାସ୍ତା ଦେଇ ଦୈନିକ ଶହଶହ ଲୋକେ ଚଡ଼ଦିଆକୁ ଯାଆସ କରୁଥିବା ବେଳେ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

ଏଠାରେ ସୁଚନା ଯୋଗ୍ୟ ବିଜ୍ଞପିତ ଅଞ୍ଚଳ ପରିଷଦ କିସ୍ମତ ଗାଁର କାହ୍ନୁ ଖୁଣ୍ଟିଆ ନିଜର ଏକ ଘର ନିର୍ମାଣ କରିବା ପାଇଁ ପୈତୃକ ସମ୍ପତ୍ତିରେ ଘର ତିଆରି  ଆରମ୍ଭ କରୁଥିବା ବେଳେ ତାଙ୍କ ପଡ଼ୋଶୀ ଉକ୍ତ ଜମିରେ କିଛି ଅଂଶ ତାଙ୍କର ବୋଲି କହି ମାପଚୁପ କରିବାକୁ କହିଥିଲେ। ଉଭୟ ସହମତିରେ ଘରୋଇ ଅମିନ ଡ଼କାଇ ମାପଚୁପ କରାଇଥିଲେ । ତେବେ ପଡ଼ୋଶୀଙ୍କ ଜମି କାହ୍ନୁଙ୍କ ଜମିରେ ବାହାରିଥିବା ବେଳେ କାହ୍ନୁଙ୍କର ଜମି ଗାଁ ରାସ୍ତାରେ ପଡ଼ିଥିଲା । ପରେ ଉକ୍ତ ୧ଡ଼େିସିମିଲ ଜମିର ସୀମା ଗାଁ ମଝି ଦାଣ୍ଡରେ ପଡ଼ିବାରୁ ଏବେ ଉକ୍ତ ଜମି ଉପରେ ଘର ନିର୍ମାଣ କରୁଛନ୍ତି । ହେଲେ ଜମି ମାପ ପରେ ବ୍ୟକ୍ତିଙ୍କ ଜମି ଗାଁ ରାସ୍ତାର ମଝିରେ ଚେନ ପଡ଼ିଥିଲା, ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା ।

ଜମି ମାଲିକ ଗାଁର ମୁଖ୍ୟ ରାସ୍ତାକୁ ନିଜର ବୋଲି ଦର୍ଶାଇ ଏବେ ଘର ନିର୍ମାଣ କରିବା ପାଇଁ ବାଡ଼ ପକାଇଛନ୍ତି। ଏନେଇ ଗ୍ରାମବାସୀ ଚାନ୍ଦବାଲି ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ତଦସିଲଦାରଙ୍କ ନିର୍ଦ୍ଦେଶକ୍ରମେ ରାଜସ୍ୱ ନିରୀକ୍ଷକ ସର୍ଜମିନ ତଦନ୍ତ କରି ବିବାଦୀୟ ଜମି ଉପରେ ନିର୍ମାଣାଧୀନ ଘର ବନ୍ଦ ରଖିବାକୁ ନୋଟିସ କରିଛନ୍ତି । ଏସମ୍ପର୍କରେ ତହସିଲଦାର ସୁଶାନ୍ତ ସୂତାରଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ସରକାରୀ ଜମି ମାଡ଼ି ଘର ନିର୍ମାଣ କରୁଥିବାରୁ ଓଡ଼ିଶା ଭୁମି ଅବୈଧ ଦଖଲ ନିବାରଣ ଆଇନର ୮ଧାରା ୧୯୭୨ ଅନୂୁସାରେ ବନ୍ଦ କରାଯାଇଛି।

ସମ୍ବନ୍ଧିତ ଖବର