ଘୁ.ଉଦୟଗିରି: ଗ୍ରାମାଞ୍ଚଳର ବିକାଶ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ କରୁଥିବା ବେଳେ ଉକ୍ତ ଅନୁଦାନକୁ ବିନିଯୋଗ କରିବାରେ ପ୍ରଶାସନ ବିଫଳ ହେଉଥିବା କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିରେ ଦେଖିବାକୁ ମିଳିଛି। ଅନେକଗୁଡ଼ିଏ ପ୍ରକଳ୍ପ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଥିବା ଦେଖିବାକୁ ମିଳିଛି।ଏହିଭଳି କାର୍ଯ୍ୟ ଦେଖିବାକୁ ମିଳିଛି ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମପଞ୍ଚାୟତର ଶିବ ମନ୍ଦିର ନିକଟରେ ରହିଥିବା ଅର୍ଦ୍ଧନିର୍ମିତ ଗ୍ରାମୀଣ ପାର୍କ।
ଗ୍ରାମୀଣ ପାର୍କ ନିର୍ମାଣ ନିମନ୍ତେ ୨୦୧୮-୧୯ ଆର୍ଥିକ ବର୍ଷରେ ସରକାରଙ୍କ ପକ୍ଷରୁ ଏମଜିଏନଆରଜିଏରେ ୫ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ହୋଇ କାର୍ଯ୍ୟ ଆରମ୍ଭ ହୋଇଥିଲା, ଯେଉଁଥିରେ ପାର୍କ ଚାରିପାଖ ପାଚେରୀ ନିର୍ମାଣ ସହ ସୂଚନା ଫଳକ ଲେଖାଯାଇ ଥିଲା। ଆଜକୁ ୪ବର୍ଷ ବିତିଗଲାଣି ହେଲେ ଉକ୍ତ କାର୍ଯ୍ୟଟି ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରହି ଯାଇଛି। ପରବର୍ତ୍ତୀ ଆଉ ଦୁଇ ଲକ୍ଷ ଟଙ୍କା ମଧ୍ୟ ମଞ୍ଜୁରୀ ହୋଇଥିବା ସୂଚନା ଦେଇଛନ୍ତି କଳିଙ୍ଗାବାସୀ।
ପଞ୍ଚାୟତର ଉନ୍ନତି କରଣ ନିମନ୍ତେ ସରକାର କୋଟି କୋଟି ଟଙ୍କା ଅର୍ଥ ମଞ୍ଜୁର କରୁଛନ୍ତି। ଅଥଚ ତାହାର ଠିକ ଉପଯୋଗ କରିବାରେ ବିଭାଗୀୟ ଅଧିକାରୀ ଏବଂ ଜନପ୍ରତିନିଧି ମାନେ ଫେଲ ମାରୁଛନ୍ତି। ବର୍ତ୍ତମାନ ଏହାର ଚାରିପାଖେ ଲଟା ବୁଦା ହେବା ସହିତ ଗାଈଗୋରୁ ଚରୁଥିବା ଦେଖିବାକୁ ମିଳୁଛି ଓ ଅଳ୍ପ କିଛି କରାଯାଇଥିବା କାର୍ଯ୍ୟ ମଧ୍ୟ ନଷ୍ଟ ହେବା ଦେଖିବାକୁ ମିଳୁଛି।
ପ୍ରଶ୍ନ ଉଠୁଛି ଯଦି ପ୍ରକଳ୍ପ ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର ହୋଇ ଆସିଲା କାର୍ଯ୍ୟ ଆରମ୍ଭ ହେଲା ତାହାହେଲେ ଅର୍ଦ୍ଧାନିର୍ମିତ ଅବସ୍ଥାରେ ରହିଲା କାହିଁକି ? ଅସମ୍ପୂର୍ଣ୍ଣ କାର୍ଯ୍ୟ ପାଇଁ ଦାୟୀ କିଏ? ସରକାରୀ ଅନୁଦାନ ଖର୍ଚ୍ଚ କରିବାରେ ପ୍ରଶାସନ ବିଫଳ କି ? ଅସମ୍ପୂର୍ଣ୍ଣ ହୋଇ ଦୀର୍ଘ ଦିନ ହେଲା ପଡିରହିଥିବା କାର୍ଯ୍ୟ ଗୁଡିକ ବିଷୟରେ ଉଛପଦାଧିକାରୀମାନେ ତର୍ଜମା କରୁନାହାନ୍ତି କାହିଁକି ? ଏଣୁ ଯଥାଶୀଘ୍ର ଏ ଅସମ୍ପୂର୍ଣ୍ଣ ପ୍ରକଳ୍ପଟିକୁ ସମ୍ପୂର୍ଣ କରିବା ନିମନ୍ତେ କାଲିଙ୍ଗାବାସୀ ଦାବି କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/IMG-20240102-WA0109.jpg)