ରାୟଗଡା: ଜିଲ୍ଳା ସୀମାନ୍ତ କେରଡା ସହ ପଡୋଶୀ ଆନ୍ଧ୍ର ସମେତ ଦକ୍ଷିଣ ଭାରତକୁ ଯୋଡୁଛି ରାୟଗଡା ସହର ଉପକଣ୍ଠ ଦେଇ ପ୍ରବାହିତ ହେଉଥିବା ଝଂଜାବତୀ ନାଳ ଉପରେ ଥିବା ବ୍ରିଟିଶ ଅମଳର ଶତାୟୁ ପୁରୁଣା ସେତୁ। ଏହି ସେତୁ ପ୍ରଶାସନର ଦୃଷ୍ଟିରେ ଯାତାୟାତ ପାଇଁ ସୁରକ୍ଷିତ ନ ଥିବା ବେଳେ ଏହାର ବିକଳ୍ପ ନେଇ ରାୟଗଡା-କେରଡା ମୁଖ୍ୟ ରାସ୍ତାରେ ଝଂଜାବତୀ ନାଳ ଉପରେ ସୁଉଚ୍ଚ ସେତୁ ନିର୍ମାଣ ନିମନ୍ତେ ଆଜକୁ ୬ବର୍ଷ ତଳେ ୨୦୧୭ ମସିହାରେ ଓଡିଶା ସରକାରଙ୍କ ନିର୍ମାଣ ବିଭାଗ ଅଧିନସ୍ଥ ରାୟଗଡା ଜିଲ୍ଳା ରାସ୍ତା ଓ କୋଠାବାଡି ପୂର୍ତ୍ତ ବିଭାଗ ବିଭାଜନ-୧ ଦ୍ୱାରା ଟେଣ୍ଡର ଆହ୍ୱାନ କରାଯାଇ ବିଶାଖାପାଟଣମର ଏସ.ଭି.ଏସ.ମୋକାମ୍ବିକା କନଷ୍ଟ୍ରକସନ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ସେତୁ ନିର୍ମାଣ ସଂସ୍ଥାକୁ ପ୍ରକଳ୍ପ ଆକଳିତ ମୂଲ୍ୟ ୧୦କୋଟି ୩୪ଲକ୍ଷ ୪୭ହଜାର ୩୧୮ଟଙ୍କା ବ୍ୟୟ ଅଟକଳରେ କାର୍ଯ୍ୟାରମ୍ଭ ନିମନ୍ତେ ଏପ୍ରିଲ ୧୫ତାରିଖରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା, ଯାହାର ଅବଧି ସମୟ ଏକ ବର୍ଷ ରହିଥିଲା
/sambad/media/post_attachments/wp-content/uploads/2024/02/Rgda-100-year-bride-in-danger-1.jpg)
୨୦୧୮ ମସିହା ଏପ୍ରିଲ୍ ୧୪ତାରିଖ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବାର ଥିଲା। କିନ୍ତୁ ପାରିପାଶ୍ୱିକ ସ୍ଥିତି ସହ ଅନେକ ଟେକ୍ନିକଲ ବିଷୟକୁ ନେଇ କାର୍ଯ୍ୟରେ ବିଳମ୍ବତ ଦେଖା ଦେଇଥିଲା। ଏଥି ମଧ୍ୟରେ ୩ ଥର ଲେଖାଁଏ ଡିଜାଇନିଂରେ ପରିବର୍ତ୍ତନ କରାଯାଇଥିବା ନେଇ ବିଭାଗ ତରଫରୁ କୁହାଯାଇଛି। ଝଂଜାବତୀ ନାଳର ଦୁଇ ପାଶ୍ୱର୍ରେ ସୁଦୀର୍ଘ ଉଚ୍ଚ ପିଲାର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିବା ବେଳେ ଉଭୟ ପାଶ୍ୱର୍କୁ ଯୋଡୁଥିବା ଲୁହାରେ ର୍ନିମିତ ୬୧ମିଟର ଲମ୍ବାର ବୁଷ୍ଟ ଗାର୍ଡର ଥୋଇବା ବ୍ୟବସ୍ଥା ନିମନ୍ତେ ଅଟକି ରହିଛି।ବୁଷ୍ଟ ଗାର୍ଡର ଥୋଇବା ବ୍ୟବସ୍ଥା ବହୁ ସାବଧାନ ସହ ସତର୍କତା ଅବଲମ୍ବନ କରାଯିବାକୁ ଥିବାରୁ ଏଥିରେ ବିଳମ୍ବ ହେଉଥିବା ବେଳେ ହାଇଦ୍ରାବାଦର ଏକ ସଂସ୍ଥା ସହ ବିଭାଗ ଯୋଗାଯୋଗରେ ରହିଛି ଏବଂ ଆସନ୍ତା ୨୦୨୪ ଜାନୁଆରୀ ୩୧ ତାରିଖ ସୁଦ୍ଧା ଏହି ଲଂଚିଙ୍ଗ ବ୍ୟବସ୍ଥା ଶେଷ ହୋଇଯାଇଥିବ ଏବଂ ସେତୁଟିରେ ଆପ୍ରୋଚ ରାସ୍ତା ନିର୍ମାଣ କରାଯାଇ କାର୍ଯ୍ୟକ୍ଷମ କରାଯିବ ବୋଲି ଯାହା ସୂଚନା ଦିଆଯାଇଥିଲା ତାହା ପାଣିର ଗାର ସଦୃଶ୍ୟ ହୋଇଛି। ବିଭାଗୀୟ ଉଦାସୀନତା ଜଳ ଜଳ ଦିଶୁଛି। ପଦ୍ମ ଘୁଂଚି ଘୁଂଚି ଗଲା ଭଳି ଏହି ରାସ୍ତା ନିର୍ମାଣର ତାରିଖ ମଧ୍ୟ ଘୁଂଚି ଘୁଂଚି ଯାଉଛି।
/sambad/media/post_attachments/wp-content/uploads/2024/02/Rgda-100-year-bride-in-danger-3.jpg)
ତେବେ ସେତୁ ନିର୍ମାଣରେ ୬ବର୍ଷ ସମୟ ପାଖାପାଖି ଅତିକ୍ରମ କରିସାରିଥିବା ବେଳେ ପୁରୁଣା ସେତୁଟି ଅସୁରକ୍ଷିତ ଥିବାରୁ ପ୍ରଶାସନ ଏଥିରେ ଅଧିକ ଟନ୍ ବୋଝେଇ ମାଲବାହୀ ଗାଡିଗୁଡିକ ଯାତାୟାତ ନିମନ୍ତେ କଟକଣା କରିଥିଲେ ମଧ୍ୟ ପ୍ରଶାସନର ଏହି କଟକଣାକୁ ଅଣଦେଖା କରାଯାଉଥିବା ଦେଖିବାକୁ ମିଳୁଛି। ରାୟଗଡା-କେରଡା ମୁଖ୍ୟ ରାସ୍ତା ପଡୋଶୀ ଆନ୍ଧ୍ର ସମେତ ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟକୁ ସଂଯୋଗ କରୁଥିବାରୁ ଏହା ଏକ ବ୍ୟସ୍ତବହୁଳ ରାସ୍ତାରେ ପରିଣତ ହୋଇଛି। ଜିଲ୍ଳାରେ ଥିବା ବିଭିନ୍ନ୍ ଶିଳ୍ପାନୁଷ୍ଠାନକୁ ହେଉ ତଥା ରାୟଗଡା ଜିଲ୍ଲା ଦେଇ ଓଡିଶାର ବିଭିନ୍ନ କୋଣ ଅନୁକୋଣକୁ ଯିବା ପାଇଁ ଏହି ରାସ୍ତାରେ ଥିବା ପୁରୁଣା ସେତୁଟି ମୁଖ୍ୟ ଭୂମିକା ଗ୍ରହଣ କରେ।ବର୍ତମାନ ରାୟଗଡା ପୂର୍ତ୍ତ ବିଭାଗ ଦ୍ୱାରା ପିତାମହଲ ଠାରୁ ସିରିକଣା ଦୀର୍ଘ ୧୦.୦୫ କିଲୋମିଟରର ବାଇପାସ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬ କିଲୋମଟିର ରାସ୍ତା ସଂପୂର୍ଣ୍ଣ ହୋଇଥିବା ଜଣାପଡିଛି। ଆଉ ବଳକା ୪ କିଲୋମିଟରର ଏହି ରାସ୍ତାଟି ସଂପୂର୍ଣ୍ଣ ରୂପେ ନିର୍ମାଣ ହୋଇଗଲେ ପୁରୁଣା ସେତୁ ଉପରେ ଯାତାୟାତ କମିବା ସହ ରାୟଗଡା ସହର ମଧ୍ୟକୁ ଆଉ ମାଲବାହୀ ଗାଡିଗୁଡିକର ଯାତାୟାତ ଅନେକ ମାତ୍ରାରେ କମିଯିବ ଏବଂ ସହରରେ ଘଟୁଥିବା ସଡକ ଦୁର୍ଘଟଣା ସଂଖ୍ୟାରେ ମଧ୍ୟ ହ୍ରାସ ପାଇବ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି। ଏନେଇ ପୂର୍ତ୍ତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅମ୍ବିକେୟ ମିଶ୍ରଙ୍କୁ ପଚାରିବାରୁ ଲୁହାର ବୁଷ୍ଟ ଗାର୍ଡର ରଖିବା ପାଇଁ ସରକାରଙ୍କର ନିର୍ଦେଶ ବର୍ତ୍ତମାନ ମିଳିଲା। ଦୁଇ ଜଣ ବିଶେଷଜ୍ଞଙ୍କ ତଦାରଖରେ ଆସନ୍ତା ତିନି ମାସ ମଧ୍ୟରେ ଏହା ସଂପୂର୍ଣ୍ଣ ହେବ ବୋଲି ସେ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/Rgda-100-year-bride-in-danger-4.jpg)