ଭୁବନେଶ୍ୱରରେ ଥିବା ଲିଙ୍ଗରାଜଙ୍କ ଜମିରେ ଘରୋଇ ସଂସ୍ଥାର ନିର୍ମାଣ କାମକୁ ଜିଲ୍ଲା ପ୍ରଶାସନ ବନ୍ଦ କରିଥିବା ଜଣାଯାଇଛି। ଆଜି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ନିର୍ମାଣ କାମ ବନ୍ଦ କରିବା ସହ, ବିବାଦୀୟ ଜମିରେ ନାଲି ପତାକା ପୋତିଥିବାର ସୂଚନା ମିଳିଛି। ଘଟଣାସ୍ଥଳରୁ, ନିର୍ମାଣ କାମରେ ନିୟୋଜିତ କଣ୍ଟେନରକୁ ବି ସିଜ୍ କରାଯାଇଥିବା ଜଣାଯାଇଛି। ଏହାଛଡ଼ା ଉକ୍ତ ଜମି ଉପରେ ନୋଟିସ୍ ଲଗାଇଛି ପ୍ରଶାସନ।
ଉଲ୍ଲେଖଯୋଗ୍ୟ, ବିମାନବନ୍ଦର ନିକଟରେ ଭୀମପୁର ମୌଜା ଖାତା ନମ୍ବର ୫୪୪ /୨୮୬ ପ୍ଲଟ ନଂ ୮୫ ୨/୨୫୭୩ରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ୨ ଏକର ୨୦୦ ଡିସିମିଲ ଜମି ରହିଛି। ୫୦ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ଜମିକୁ ବେଆଇନ ଭାବରେ ବ୍ୟକ୍ତିଗତ ମାଲିକାନାକୁ ଚାଲିଯାଇଛି। ମାମଲା ବିଚାରାଧୀନ ଥିବା ବେଳେ ଏଠାରେ ନିର୍ମାଣ କାମ ଚାଲିଛି। ତେବେ ବିରୋଧ ହେବା ପରେ ପୁଲିସ ହସ୍ତକ୍ଷେପ କରି କାମ ବନ୍ଦ କରିଥିଲା, ମାତ୍ର ଆଜି ପୁଣି ସେଠାରେ ନିର୍ମାଣ କାମ ଚାଲିଥିବାର ଖବର ପାଇ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp