ନିର୍ମାଣ ଶ୍ରମିକଙ୍କ ପେନସନ୍ ଓ ସହୟତା ବୃଦ୍ଧି : ପେନସନ୍ ୩୦୦ରୁ ୫୦୦ଟଙ୍କାକୁ ବୃଦ୍ଧି, ଝିଅ ବାହାଘର ପାଇଁ ମିଳିବ ୫୦ ହଜାର

ଭୁବନେଶ୍ବର : ନିର୍ମାଣ ଶ୍ରମିକମାନେ ପେନସନ୍ ବାବଦରେ ଏଣିକି ୩୦୦ ଟଙ୍କା ପରିବର୍ତ୍ତେ ୫୦୦ ଟଙ୍କା ପାଇବେ। ନିର୍ମାଣ ଶ୍ରମିକମାନଙ୍କ ପାଇଁ ପେନସନ୍ ଓ ସହାୟତାର ପରିମାଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୃଦ୍ଧି କରିଛନ୍ତି। ଏହାସହିତ ୮୦ ବର୍ଷ ବୟସରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ପେନସନ ରାଶିକୁ ୫୦୦ ଟଙ୍କାରୁ ୭୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ହିତାଧିକାରୀମାନେ ଏହି ବର୍ଦ୍ଧିତ ପେନସନ୍ ୨୦୧୯ ଫେବ୍ରୁଆରିରୁ ପାଇବେ।

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଶ୍ରମିକମାନଙ୍କ ପାଇଁ ବିବାହ ଓ ମୃତ୍ୟୁ ସହାୟତା ମଧ୍ୟ ବୃଦ୍ଧି କରାଯାଇଛି। ନିର୍ମାଣ ଶ୍ରମିକମାନେ ସର୍ବାଧିକ ଦୁଇଟି ଝିଅ ଥିଲେ ସେମାନଙ୍କ ଝିଅମାନଙ୍କ ବିବାହ ପାଇଁ ପୂର୍ବରୁ ୨୫ ହଜାର ଟଙ୍କା ସହାୟତା ପାଉଥିଲେ। ଏବେ ଏହି ପରିମାଣକୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ସ୍ବାଭାବିକ ମୃତ୍ୟୁ କ୍ଷେତ୍ରରେ ସହାୟତା ପରିମାଣକୁ ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ଥିବା ୨ ଲକ୍ଷ ଟଙ୍କା କ୍ଷତିପୂରଣ ରାଶିକୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

ସମ୍ବନ୍ଧିତ ଖବର