ପୁରୀ: ସରକାର ଚାରିଟି ଶ୍ରମ କୋଡ୍ ଆଣି ପୂର୍ବରୁ ପ୍ରଚଳିତ ୪୪ଟି ଶ୍ରମ ଆଇନ ବଦଳାଇଦେଲେ। ଶ୍ରମିକ ତା’ର ଅଧିକାର ହରାଇବା ସହ କର୍ପୋରେଟ୍ ହାତରେ ଶ୍ରମିକଙ୍କ ଭାଗ୍ୟ ନିରୂପଣ ହେବାକୁ ଯାଉଛି। ନିର୍ମାଣ ଶ୍ରମିକମାନଙ୍କ ପାଇଁ ଥିବା ଆଇନକୁ ଶ୍ରମ କୋଡ୍ରେ ଅନ୍ତର୍ଭୁକ୍ତ ହେଉନାହିଁ। ତାଙ୍କ ପାଇଁ ଥିବା ଆଇନ ରାଜ୍ୟ ସରକାର କାର୍ଯ୍ୟକାରୀ କରିବା ପାଇଁ ପଛଘୁଞ୍ଚା ଦେଉଛନ୍ତି। ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ କାମ କରୁନି। ଓଡ଼ିଶାରେ ୪୨ ଲକ୍ଷ ନିର୍ମାଣ ଶ୍ରମିକ ଶ୍ରମ ଦପ୍ତରରେ ପଞ୍ଜୀକରଣ କରିଥିବା ବେଳେ ସାଇକଲ, ଯନ୍ତ୍ରପାତି, ଗୃହ ନିର୍ମାଣ ସହାୟତା ରାଶି ପାଉନାହାନ୍ତି।
ଶିକ୍ଷା ବୃତ୍ତି ଓ ଝିଅ ବିବାହ ସହାୟତାରେ ପାତର ଅନ୍ତର କରାଯାଉଛି। ଅଫିସର୍ମାନେ ୧% ସେସ୍ ଆଦାୟ ପାଇଁ ଯୋଜନା କରି ନାହାନ୍ତି। ଅଣଶ୍ରମିକମାନେ ଶ୍ରମିକ କାର୍ଡ ହାତେଇ ସହାୟତା ନେଉଛନ୍ତି। ତଦନ୍ତ ହେଉନାହିଁ। କୋଟି କୋଟି ଟଙ୍କା କଲ୍ୟାଣ ବୋର୍ଡରେ ଥିଲେ ମଧ୍ୟ ଶ୍ରମ ଦପ୍ତର ଏହି ସହାୟତା ଦେଉନାହିଁ। ଏହା ବିରୋଧରେ ଶ୍ରମଜୀବୀ ବ୍ଲକ ସ୍ତରରେ ଏକାଠି ହୋଇ ଶ୍ରମ ଦପ୍ତର ଘେରାଉ କରିବାକୁ ଡାକରା ଦେଇଛି ସିଆଇଟିୟୁ ଅନୁବନ୍ଧିତ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ୍। ଆଜି ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଆୟୋଜିତ ଓଡ଼ିଶା ନିର୍ମାଣ ଶ୍ରମିକ ସଙ୍ଘର ସପ୍ତମ ରାଜ୍ୟ ସମ୍ମିଳନୀରେ ଏଭଳି ଚେତାବନୀ ଦିଆଯାଇଛି। ଏହି ସମ୍ମିଳନୀକୁ ସିଆଇଟିୟୁ ରାଜ୍ୟ ସଭାପତି ଜନାର୍ଦ୍ଦନ ପତି ଉଦ୍ଘାଟନ କରିଥିଲେ। ବିଷ୍ଣୁ ମହାନ୍ତି, ଲୋଭାକାନ୍ତ ସ୍ୱାଇଁ , ଜଗନ୍ନାଥ ଦେଓ, ପ୍ରଭାତ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ରାଜ୍ୟ ସାଧାରଣ ସଂପଦକ ବିମାନ ମାଇତି ରିପୋର୍ଟ ଉପସ୍ଥାପନ କରିଥିଲେ। ସେମାନେ କହିଥିଲେ ଯେ ବିଜେପି ସରକାର ୪ଟି ଶ୍ରମ କୋଡ୍ ଆଣି ଶ୍ରମିକଙ୍କ ଅଧିକାର ଛଡ଼ାଇ ନେଇଛି। ମାସିକ ୨୬ ହଜାର ଟଙ୍କା ସର୍ବନିମ୍ନ ମଜୁରି ଓ ସାମାଜିକ ନିରାପତ୍ତା ପାଇଁ ଶ୍ରମିକମାନେ ଏକ ହେବା ଆବଶ୍ୟକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/29/untitled-19-2025-10-29-07-45-40.jpg)