ଘୁ.ଉଦୟଗିରି: ଗତ ୧୬ତାରିଖ ଅପରାହ୍ନରେ ବାଦଲଫଟା ବର୍ଷା ଯୋଗୁଁ ପରେ କନ୍ଧମାଳଜିଲ୍ଲା କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟ ଏକ ଛୋଟ ଝରଣାରେ ଭୁସ୍ଖଳନ ଘଟି ପାହାଡ଼ ଶିଖରରୁ ବଡ଼ବଡ଼ ପଥର, ଗଛ, ମାଟି ରାସ୍ତାକୁ ଖସିବା ସହ ୩୦ଫୁଟ ରାସ୍ତା ସମ୍ପୂର୍ଣ୍ଣ ଧୋଇ ନେଇଯାଇଥିଲା। ଫଳରେ ଦକ୍ଷିଣ ଓଡ଼ିଶାରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ସହର ସମେତ କନ୍ଧମାଳ ଜିଲ୍ଲାକୁ ଗମନାଗମନ ବିଚ୍ଛିନ୍ନ ହୋଇଯାଉଥିଲା।
୧୫୭ ନମ୍ବର ଜାତୀୟ ରାଜପଥରେ ଏହିଭଳି ଭୁସ୍ଖଳନ ଦୃଶ୍ୟ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିଦ ହଜେଇ ଦେଇଥିଲା। ବିଭାଗୀୟ ଅଧିକାରୀ ଯନ୍ତ୍ରୀଗଣ ଘଟଣାସ୍ଥଳରେ ପହଞ୍ଚି କିଭଳି ଏହି ରାସ୍ତା କମ ସମୟ ଭିତରେ ଯାତାୟତ ନିମନ୍ତେ ସୁବନ୍ଦୋବସ୍ତ କରାଯାଇପାରିବ ତାର ବ୍ୟବସ୍ଥା କରୁଛନ୍ତି।
କଳିଙ୍ଗା ଘାଟିରେ ଗତ ୧୬ ତାରିଖ ଦିନ ଘଟିଥିବା ଭୂସ୍ଖଳନ ସବୁଦିନ ପାଇଁ ମନେ ରହିବ। ପୂର୍ବରୁ ଏଠାରେ ଏତେ ବଡ଼ ଅଘଟଣ ଘଟି ନଥିଲା। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଉଛନ୍ତି।
କଳିଙ୍ଗା ଘାଟିରେ କାର୍ଯ୍ୟ କରୁଥିବା ଏକ ବାହାର ରାଜ୍ୟର ଏକ ଠିକା କମ୍ପାନି ଅଧିକାରୀଙ୍କ ସହ ଆଲୋଚନା କରି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେବା ପରେ ଉକ୍ତ ରାସ୍ତା କାର୍ଯ୍ୟକୁ ଠିକା କମ୍ପାନି ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରିଥିବା ବେଳେ ବର୍ଷା ବାଧକ ସାଜିଛି। ଠିକା କମ୍ପାନି ବିଭିନ୍ନ ଯନ୍ତ୍ରପାତି ବ୍ୟବହାର କରି ଘାଟିର ଡାହାଣ ପାର୍ଶ୍ଵରେ ଥିବା ପାହାଡ଼ର ପାଣିର ଦିଗ ପରିବର୍ତ୍ତନ ସହ ପଥରର କିଛି ଅଂଶ କୁ ବ୍ଳାଷ୍ଟିଂ କରି ଅସ୍ଥାୟୀ ରାସ୍ତା ନିର୍ମାଣରେ ଲାଗିପଡିଥିବା ଦୃଶ୍ୟ ଆଜି ଦେଖିବାକୁ ମିଳିଛି। ରାସ୍ତାରୁ ସମ୍ପୂର୍ଣ୍ଣ ପଥର ମାଟି ତଳକୁ ଖସେଇବା ପରେ ବାଲି ବସ୍ତା ପକେଇ ଏବେ ମାଟି ପକେଇ ସମତଳ କାର୍ଯ୍ୟ ଆରମ୍ଭ ଆରମ୍ଭ ହୋଇଛି। ଆଉ କିଛି ଦିନ ଭିତରେ ଅସ୍ଥାୟୀ ରାସ୍ତା କାର୍ଯ୍ୟ ଶେଷ ହେବା ନେଇ ଠିକା କମ୍ପାନି କର୍ତ୍ତୃପକ୍ଷ ଆଶାବ୍ୟକ୍ତ କରିଛନ୍ତି।
Kalinga ghati
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/09/20/kalinga-2025-09-20-19-36-23.jpg)