ଭୁବନେଶ୍ବର : ବିଭିନ୍ନ ବିଭାଗରେ ପ୍ରୋଜେକ୍ଟ ମ୍ୟାନେଜ୍ମେଣ୍ଟ ୟୁନିଟ୍ ନାଁରେ ବାହାର ପରାମର୍ଶଦାତା (କନସଲ୍ଟାଣ୍ଟ୍) ନିଯୁକ୍ତି ଉପରେ ମୁଖ୍ୟଶାସନ ସଚିବ କଟକଣା ଜାରି କରିଥିଲେ। ଗତ ସେପ୍ଟେମ୍ବର ୧୨ ତାରିଖରେ ଏ ସଂକ୍ରାନ୍ତ ନିର୍ଦେଶନାମା ଜାରି କରାଯାଇଥିଲା। ଗୁରୁବାର ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ପୁଣି ଥରେ ସମସ୍ତ ଅତିରିକ୍ତ ମୁଖ୍ୟଶାସନ ସଚିବ, ପ୍ରମୁଖ ସଚିବ ଓ ସଚିବମାନଙ୍କୁ ଚିଠି କରିଛନ୍ତି ଯେ ମୁଖ୍ୟସଚିବଙ୍କ ନିର୍ଦେଶନାମା କେତେଦୂର ପାଳନ ହୋଇଛି, ତାହାର ସମୀକ୍ଷା କରାଯିବ। ନିଜେ ମୁଖ୍ୟସଚିବ ଏ ସଂକ୍ରାନ୍ତରେ ଅବିକଳ ତଥ୍ୟ ଜାଣିବାକୁ ଆଗ୍ରହ କରିଛନ୍ତି। ଏଣୁ ଜାନୁଆରି ୩୧ ତାରିଖ ସୁଦ୍ଧା ବିଭାଗମାନେ ସେମାନଙ୍କ ନିଜ ବିଭାଗରେ କେତେ ଜଣ ପରାମର୍ଶଦାତା ନିଯୁକ୍ତି ଦେଇଥିଲେ, ସେମାନଙ୍କ ସହିତ କେବେଠାରୁ ଚୁକ୍ତି ବାତିଲ୍ େହାଇଛି ଏ ସଂକ୍ରାନ୍ତ ତଥ୍ୟ ଦେବେ। ଆସନ୍ତା ୨୦ ତାରିଖ ସୁଦ୍ଧା ଏହି ତଥ୍ୟ ମିଳିବା ଦରକାର ବୋଲି ବିଭାଗମାନଙ୍କୁ ନିର୍ଦେଶ ଦିଆଯାଇଛି। ପୂର୍ବରୁ ସରକାର ସ୍ପଷ୍ଟ କରିଦେଇଥିଲେ ଯେ ମୋଟା ଅଙ୍କର ପାରିଶ୍ରମିକ ଦେଇ ବିଭାଗମାନେ ଯେଭଳି ପିଏମୟୁରେ ଏକାଧିକ ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇଛନ୍ତି, ତାହା ଗ୍ରହଣୀୟ ନୁହେଁ। ଏ ସ୍ଥାନରେ ବିଭାଗର ବରିଷ୍ଠ ତଥା ଅଭିଜ୍ଞ ପଦାଧିକାରୀଙ୍କୁ ନିଯୁକ୍ତି ଦେବା ଉପରେ ସରକାର ଗୁରୁତ୍ବ ଦେଇଥିଲେ। ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଅଧିକାଂଶ ବିଭାଗ ମୁଖ୍ୟସଚିବଙ୍କ ଏହି ନିର୍ଦେଶକୁ ଅଣଦେଖା କରିଛନ୍ତି। ଏବେ ବି ବିଭାଗମାନଙ୍କରେ ପିଏମ୍ୟୁ ନାମରେ ପରାମର୍ଶଦାତାମାନଙ୍କୁ ନିଯୁକ୍ତି ଦିଆଯାଉଛି। ହେଲେ ଏମାନଙ୍କୁ କେଉଁ ଆଧାରରେ ନିଯୁକ୍ତି ମିଳିଛି, ସେ ସଂକ୍ରାନ୍ତରେ ୨୦ ତାରିଖରେ ରିପୋର୍ଟ ଆସିବା ପରେ ଜଣାପଡିବ।
ପରାମର୍ଶଦାତା ନିଯୁକ୍ତି କଟକଣା ନେଇ ତନାଘନା
ସମୀକ୍ଷା କରିବେ ମୁଖ୍ୟସଚିବ, ତଥ୍ୟ ମାଗିଲା ଅର୍ଥ ବିଭାଗ
/sambad/media/post_attachments/wp-content/uploads/2020/02/consulting-jobs-1024x512.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)