ବ୍ରହ୍ମଗିରି: କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ରାଜହଂସ ନିକଟରେ ପାଞ୍ଚ ବର୍ଷ ପୂର୍ବେ ଦୁର୍ଘଟଣାଗ୍ରସ୍ତ ମାଲେସିଆ ଜାହାଜର କଣ୍ଟେନର୍ ଏବେ ଚିଲିକା ଓ ସମୁଦ୍ର ମୁହାଣ ନିକଟରେ ପଡ଼ିଛି। ବାଲିରେ ଏହା ଅଧା ପୋତି ହୋଇ ରହିଥିବାରୁ ମାଛ ଧରିବାକୁ ସମୁଦ୍ର ଭିତରକୁ ଯାଉଥିବା ମତ୍ସ୍ୟଜୀବୀଙ୍କ ପାଇଁ ଏହା ବିପଦ ସାଜିଛି। ବିଶେଷକରି ସମୁଦ୍ରରେ ଜୁଆର ଆସୁଥିବା ସମୟରେ ଏହି କଣ୍ଟେନର୍ଟି ଅଧା ବୁଡ଼ି ଯାଉଥିବାରୁ ମତ୍ସ୍ୟଜୀବୀଙ୍କ ବୋଟ୍ ଚଳାଚଳରେ ବାଧା ସୃଷ୍ଟି ହେଉଛି। ମାଛ ଧରିବାକୁ ଯାଉଥିବାବେଳେ ମତ୍ସ୍ୟଜୀବୀଙ୍କ ବୋଟ୍ ପ୍ରତିଦିନ ଏହି କଣ୍ଟେନର୍ର ଲୁହାରେ ମାଡ଼ ହେବାରୁ ମତ୍ସ୍ୟଜୀବୀମାନେ ଆହତ ହେଉଛନ୍ତି। ପାଞ୍ଚ ବର୍ଷ ପୂର୍ବେ ମାଲେସିଆର ପଣ୍ୟବାହୀ ଜାହାଜ ଏଠାରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ଲାଗିଥିଲା। ଜାହାଜକୁ ସମ୍ପୃକ୍ତ କମ୍ପାନି କୋଲକାତା ନେଇ ଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ସମୁଦ୍ର ଉପକୂଳରେ ତାର କଣ୍ଟେନର୍ ସେମିତି ପଡ଼ି ରହିଛି।
ମତ୍ସ୍ୟଜୀବୀଙ୍କୁ ବିପଦ ଜାହାଜ କଣ୍ଟେନର୍: ୫ ବର୍ଷ ହେଲା ବାଲିରେ ଅଧା ପୋତି ହୋଇ ରହିଛି
/sambad/media/post_attachments/wp-content/uploads/2023/10/54654s65sfhhhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)