ସମ୍ବଲପୁର : ସରକାରଙ୍କ ଦ୍ବାରା ଭିସୁଟ୍ର ସମସ୍ତ ଛାତ୍ର କୋଭିଡ୍ ନେଗେଟିଭ୍ ଘୋଷିତ ହେବା ପରେ ବୁଧବାର ଜିଲ୍ଲା ପ୍ରଶାସନ ଉକ୍ତ ଅଞ୍ଚଳରୁ କଣ୍ଟେନ୍ମେଣ୍ଟ ଜୋନ୍ ଉଠାଇ ନେଇଛି। ମହାମାରୀ ଆଇନ୍ ଅନୁଯାୟୀ ଜିଲ୍ଲାପାଳଙ୍କ ପକ୍ଷରୁ ଜାରି ନୋଟିସ୍ରେ ସମ୍ବଲପୁର ମହାନଗର ନିଗମ ୱାର୍ଡ ନମ୍ବର ୩ ଅନ୍ତର୍ଗତ ଭିସୁଟ୍ର ପୁଲହ, ପୁଲସ୍ତ୍ୟ, ଅତ୍ରି, କ୍ରତୁ, ବଶିଷ୍ଟ, ମରିଚି, ଅନୁରାଧା, ଅରୁନ୍ଧତୀ, ରୋହିଣୀ, ବିଶାଖା ଓ ବସୁନ୍ଧରା ଆଦି ୧୧ଟି ଛାତ୍ରାବାସକୁ କଣ୍ଟେନ୍ମେଣ୍ଟ କଟକଣାରୁ ମୁକ୍ତ କରାଯାଇଛି। ୩ ତାରିଖରୁ ଏହି ଆଦେଶ ଲାଗୁ ହୋଇଥିଲାବେଳେ ଉକ୍ତ ଅଞ୍ଚଳରେ ସର୍ବେକ୍ଷଣ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କହାଯାଇଛି। ଭିସୁଟ୍ର ୧୧ ହଷ୍ଟେଲ୍ରୁ କଟକଣା ଉଠିଥିଲା ବେଳେ ଏମ୍ସିଏଲ୍ ଜାଗୃତି ବିହାର କ୍ୟାମ୍ପସ୍ରେ କିନ୍ତୁ ଏହା ବଳବତ୍ତର ରହିଛି। ସେହିପରି ଜଣେ ଶିକ୍ଷୟିତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବୁର୍ଲା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟକୁ ତିନି ଦିନ ପାଇଁ ବନ୍ଦ ରଖାଯାଇଛି। ସ୍କୁଲ୍କୁ ବିଶୋଧନ କରାଯାଉଛି, ଏହାପରେ ପୁଣି ପାଠପଢ଼ା ଆରମ୍ଭ ହେବ ବୋଲି କହାଯାଇଛି।
ଭିସୁଟ୍ ଛାତ୍ରାବାସରୁ ଉଠିଲା କଣ୍ଟେନ୍ମେଣ୍ଟ
/sambad/media/post_attachments/wp-content/uploads/2020/07/vssut.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)