ବରୀ: ବରୀ ବ୍ଲକ୍ ଅଞ୍ଚଳରେ ଥିବା ଫାଷ୍ଟଫୁଡ୍ ଦୋକାନ ସହିତ କେତକ ହୋଟେଲଗୁଡ଼ିକରେ ଆଜି ଯାଜପୁର ଜିଲ୍ଲା ଫୁଡ୍ ଇନ୍ସପେକ୍ଟର ବିଭୁଦତ୍ତ ତ୍ରିପାଠୀ ସଦଳବଳ ଚଢ଼ଉ କରିଥିଲେ। ଗତ ୭ ତାରିଖରେ ‘ଫାଷ୍ଟଫୁଡ୍ ଦୋକାନରେ ଅପମିଶ୍ରିତ ଖାଦ୍ୟ’ ଶୀର୍ଷକ ଖବର ସମ୍ବାଦରେ ପ୍ରକାଶ ପାଇବା ପରେ ବିଭାଗୀୟ ତତ୍ପରତା ପ୍ରକାଶ ପାଇଥିଲା। ଫୁଡ୍ ଇନ୍ସପେକ୍ଟର ଶ୍ରୀ ତ୍ରିପାଠୀ ବରୀ ବଜାର ଠାରେ ଥିବା ଏକ ହୋଟେଲରେ ଚଢ଼ଉ କରିଥିଲେ।
ଏହି ହୋଟେଲରେ ଫାଷ୍ଟଫଡ୍ ବ୍ୟବସାୟ ମଧ୍ୟ ହୋଇ ଆସୁଥିଲା। ସେଠାରେ ବ୍ୟବହାର କରାଯାଉଥିବା ସସ୍କୁ ଯାଞ୍ଚ କରାଯାଇଥିଲା। ଶ୍ରୀ ତ୍ରିପାଠୀ ଆଜି ବରୀ ବଜାର ସମେତ ବ୍ଲକ୍ର ଅନ୍ୟ ଛକ ବଜାର ମାନଙ୍କରେ ଥିବା ଦୋକାନ ଉପରେ ଚଢ଼ଉ କରିଥିଲେ। ପ୍ରକାଶ ଯେ, ଅପରାହ୍ଣରେ ବରୀ ବଜାରରେ ପସରା ମେଲୁଥିବା ବିଭିନ୍ନ ଫାଷ୍ଟଫୁଡ୍ ଉଠା ଦୋକାନରେ ଏପରି ନିମ୍ନମାନର ତଥା ଏକ୍ସପାରି ହୋଇଯାଇଥିବା ସସ୍ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ଏଥିପ୍ରତି ଫୁଡ୍ ଇନ୍ସପେକ୍ଟର ଦୃଷ୍ଟି ଦେବାକୁ ଦାବି ହେଉଛି।