ପୁରୀ/ବ୍ରହ୍ମଗିରି: କରୋନା ପାଇଁ ପୁରୀରେ ଜୁଡିସିଆଲ କୋର୍ଟରେ ତାଲା ପଡିଛି । ଜଣେ ଆଇନଜୀବୀ ଓ ଜଣେ ମୋହରୀର ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଡିଏସଆର ଅଫିସ ବନ୍ଦ କରାଯାଇଛି | କୋର୍ଟ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବାବେଳେ ହରିହର ଛକରୁ ଟାଉନହଲ ଯାଏଁ କଣ୍ଟେନମେଣ୍ଟ ଅଂଚଳ ଭାବେ ଘୋଷଣା କରାଯାଇଛି | ଏହା ସହ ଏହି ଅଂଚଳରେ ଏବେ କଣ୍ଟାକଟ ଟ୍ରେସିଙ୍ଗ ଆରମ୍ଭ କରାଯାଇଛି |
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ପୁରୀ ଜିଲ୍ଲାର ବ୍ରହ୍ମଗିରି ଗାଁକୁ ସଟଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ ମଧୁସ୍ମିତା ସାହୁ |
ସରପଞ୍ଚ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ସଟଡାଉନ ପାଇଁ ଘୋଷଣା କରିଛନ୍ତି | ବ୍ରହ୍ମଗିରି ବଜାରର ମାରୱାଡି କୋଠା, ଛକ ସିଲ କରାଯିବା ସହ ବ୍ରହ୍ମଗିରି ଥାନା ଛକ, ନାରଣପୁର ଛକ, ପଂଚୁଦୋଳ ମେଳଣ ପଡିଆ ଛକ ପଂଚାୟତ ସିଲ କରିଛି | ଗାଁ ଟି ବ୍ରହ୍ମଗିରି ବଜାର ସଂଲଗ୍ନ ହୋଇଥିବାରୁ ଏହାକୁ ସଟଡାଉନ ଘୋଷଣା କରାଯାଇଛି |