ଯାଜପୁର :ଯାଜପୁର ଜିଲ୍ଲା ବ୍ରହ୍ମବରଦାରେ କଣ୍ଟେନମେଣ୍ଟ ଅବଧି ବୃଦ୍ଧି । ଏପ୍ରିଲ୍ ୧୨ ରାତି ୮ଟା ଯାଏ କଣ୍ଟେନ୍ମେଣ୍ଟ ଅବଧି ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ । ବ୍ରହ୍ମବରଦା ଅଞ୍ଚଳରେ ଜଣେ ନିଜାମୁଦ୍ଦିନ ଫେରନ୍ତା କରୋନାରେ ଆକ୍ରାନ୍ତ ହେବା ପରେ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା। ଆଜି ଶେଷ ହୋଇଥାନ୍ତା କଣ୍ଟେନ୍ମେଣ୍ଟ ଅବଧି ।
ହେଲେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏହି ଅବଧିକୁ ବୃଦ୍ଧି କରାଯାଇଛି । ସମସ୍ତ ଅଂଚଳରେ ସରଭେଲାନସ କାର୍ଯ୍ୟ ସରି ନଥିବାରୁ ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି। ସୂଚନାଯୋଗ୍ୟ ଯାଜପୁର ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତ ବ୍ୟକ୍ତି ବ୍ରହ୍ମବରଦାରୁ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଏଭଳି କଡା ପଦକ୍ଷେପ ଗ୍ରହଣ କରିଥିଲା।
ବ୍ରହ୍ମବରଦା ସମେତ ବନ୍ଧଡିହ, ଲଙ୍କାବାଲିସାହି, ବଡ଼ରାଏପଡା, ଖଣ୍ଡାସ, ବାଲିଗୁଡା, ମହେଶ୍ୱରପୁର, ଚାନ୍ଦପୁର, କୋଠିଡିହ, ବାଙ୍କସାହି, ସାହାପଡା, ଦେଉଳି (ଆଂଶିକ) ଅଂଚଳ ଏହି ଜୋନ ଭିତରେ ରହିଛି। ଲୋକମାନଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଶାସନ ପକ୍ଷରୁ ପହଞ୍ଚାଇ ଦିଆଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/31a25d8b-d1ab-4941-9eea-0a056fccb406.jpg)