ଯାଜପୁର ଜିଲ୍ଲାରେ ପୁଣି ନୂଆ କଣ୍ଟେନମେଣ୍ଟ ଜୋନ୍ ଘୋଷଣା, ୫ ବ୍ଲକ ପୁଣି ୫୪ ଘଣ୍ଟା ପାଇଁ ସଟ୍‌ଡାଉନ୍

ଯାଜପୁର: ଯାଜପୁର ଜିଲ୍ଲାରେ ପୁଣି ନୂଆ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି । ଫଳରେ ଜିଲ୍ଲାର ୫ଟି ବ୍ଲକରେ ପୁଣି ୫୪ ଘଣ୍ଟା ପାଇଁ ସଟ୍‌ଡାଉନ୍  ଜାରି କରି ଦିଆଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଆଜି ସନ୍ଧ୍ୟାରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାରେ ଶତାଧିକ ପଶ୍ଚିମବଙ୍ଗ ଫେରନ୍ତା ଥିବାରୁ ଏପ୍ରିଲ ୨୭ ଦିନ ୧୨ଟା ଠାରୁ ଏପ୍ରିଲ ୨୯ ତାରିଖ ସନ୍ଧ୍ୟା ୬ଟା ଯାଏଁ ସଟ୍‌ଡାଉନ ଘୋଷଣା କରାଯାଇଛି। ଯାଜପୁର ବ୍ଲକ, ଦଶରଥପୁର ବ୍ଲକ, ଯାଜପୁର ପୌରପାଳିକା, ବରି ବ୍ଲକ, ବିଂଝାରପୁର ବ୍ଲକ ଓ କୋରେଇ ବ୍ଲକକୁ ଅବରୋଧ ଅଞ୍ଚଳ ବା ସଟ୍‌ଡାଉନ ପରିସରଭୁକ୍ତ ଅଞ୍ଚଳ ଭାବେ ଘୋଷଣା ହୋଇଛି । ଏହି ସବୁ ବ୍ଲକରେ କେବଳ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସବୁ ଦୋକାନ ବନ୍ଦ ରହିବ ।

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାରେ ଏପର୍ଯ୍ୟନ୍ତ ୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରଥମ ରୋଗୀ ସୁସ୍ଥ ହୋଇଥିବା ବେଳେ ଜଣେ କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅନ୍ୟ ୧୬ ଜଣଙ୍କୁ କଳିଙ୍ଗନଗରସ୍ଥିତ ଟାଟା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ଜିଲ୍ଲାରେ ମୋଟ ୮ଟି କଣ୍ଟେନମେଣ୍ଟ ଜୋନ ଅଛି । ଏସବୁ ଅଞ୍ଚଳରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଜିଲ୍ଲା ପ୍ରଶାସନ ତରଫରୁ ଯୋଗାଇ ଦିଆଯାଉଛି ।

ସମ୍ବନ୍ଧିତ ଖବର