ଜୟପୁର: କୋରାପୁଟ ଜିଲ୍ଲାର ବିଭିନ୍ନ ପଲ୍ଲୀରୁ ସବୁଜ ଜହରର ବ୍ୟବସାୟ ଆରମ୍ଭ ହୋଇଥିବା ବେଳେ ଏହାର ଚେର ରାଜ୍ୟ, ଦେଶର କୋଣ ଅନୁକୋଣର ମହାନଗର ଗୁଡିକୁ ଲମ୍ବିଥିବା ପ୍ରମାଣ ଗତ କିଛି ଦିନର ଘଟଣାରୁ ସ୍ପଷ୍ଟ ହୋଇଛି। ବର୍ଷକ ତଳେ ନୂଆଦିଲ୍ଲୀରୁ ଏନସିବି ଟିମ୍ ଆସି ସଦରଥାନା ଅଂଚଳରୁ ଜଣେ ଅଭିଯୁକ୍ତଙ୍କୁ ଧରି ନେଇଥିଲେ। ସେଭଳି ବେଙ୍ଗାଲୁରୁ କମିସନରେଟ୍ ଟିମ୍ ଜୟପୁର ସହରରୁ ୫ଜଣ ଛାତ୍ରଙ୍କୁ ନେଇକି ଯାଇଛନ୍ତି।

Advertisment

ପ୍ରକାଶ ଯୋଗ୍ୟ,  ଗଂଜେଇ ଚାଷ ଓ ବ୍ୟବସାୟୀଙ୍କ ପ୍ରମୁଖ କରିଡ଼ର ପାଲଟିଛି କୋରାପୁଟ ଓ ମାଲାକାନଗିରି ଜିଲ୍ଲା। ଜିଲ୍ଲାର ମାଛକୁଣ୍ଡ, ଲମତାପୁଟ, ନନ୍ଦପୁର, ପାଡୁଆ , ବୈପାରୀଗୁଡା , କୁନ୍ଦ୍ରା ବ୍ଲକ ସହ ମାଲାକାନଗିରୀ ଜିଲ୍ଲାର ଚିତ୍ରକୋଣ୍ଡା ଆଦି ଅଂଚଳର ବିଭିନ୍ନ ଦୁର୍ଗମ ଗାଁ ଗୁଡ଼ିକରେ ବ୍ୟାପକ ଭାବେ ଗଂଜେଇ ଚାଷ ହେଉଛି। ଏଠାକାର ପଲ୍ଲୀରୁ ରାଜ୍ୟ ରାଜଧାନୀ ଭୁବନେଶ୍ବର, ଦେଶର ରାଜଧାନୀ ନୂଆଦିଲ୍ଲୀ, ମୁମ୍ବାଇ, ବିଶାଖାପାଟଣା, ହାଇଦ୍ରାବାଦ, ବାଙ୍ଗାଲୁରୁ, ଚେନ୍ନାଇ, ରାୟପୁର ସହ ପଂଜାବ, ହରିଆନା, ଉତ୍ତରପ୍ରଦେଶକୁ ଏଠାରୁ ଚାଳାଣ ହେଉଥିବା ପୁଲିସ ଗୁଇନ୍ଦା ବିଭାଗ ସୂତ୍ରରୁ ସୂଚନା ମିଳିଛି।

ଜୟପୁର ପୁଲିସ ଉପଖଣ୍ଡ ଦେଇ ବେଶି ମାତ୍ରାରେ ଚାଳାଣ ହେବା ଏବଂ ଜୟପୁରରେ ଏହାର ହବ୍ ଥିବା ପୁଲିସ ବି ଜାଣିପାରିଛି। ଏପରିକି ଚାଷ ଓ ଚାଲାଣ କରିବାରେ ସମାଜର ଭଦ୍ରମୁଖା ବୋଲାଉଥିବା ବହୁ ସରକାରୀ କର୍ମଚାରୀ, ପୁଲିସ, ସାମ୍ବାଦିକ, ରାଜନୈତିକ ନେତା, ବଡ଼ବଡ଼ ବ୍ୟବସାୟୀ, ପରିବହନ ବ୍ୟବସାୟୀମାନେ ସ୍ବଳ୍ପ ସମୟରେ ଅଧିକା ଟଙ୍କା ଉପର୍ଜନା କରିବାକୁ ମାନସିକତା ଥିବା ଏବଂ ଚିନ୍ତା କରୁଥିବା ଯୁବ ବର୍ଗଙ୍କୁ ଚିହ୍ନଟ କରି  ସାମିଲ କରୁଥିବା ପୁଲିସ ଜାଣି ପାରିଛି। ସଂପ୍ରତି ବଡ ବଡ ସହରରେ କମ୍ ଟଙ୍କା ଖର୍ଚ୍ଚରେ ବେଶି ନିଶା ନେବା ପାଇଁ ଯୁବବର୍ଗଙ୍କ ପ୍ରଥମ ପସନ୍ଦ ବି ଗଂଜେଇ ପାଲଟିଥିବା ପୁଲିସ ତଦନ୍ତ ବେଳେ ଜାଣି ପାରିଛି। ସିଗାରେଟରେ ଗଂଜେଇ ଭର୍ତ୍ତି କରି ଏମାନେ ପିଉଛନ୍ତି। କମ୍ ଟଙ୍କା ଖର୍ଚ୍ଚରେ ବେଶି ନିଶା ନେବା ପାଇଁ ଯୁବବର୍ଗଙ୍କ ପ୍ରଥମ ପସନ୍ଦ ବି ଏହି ଜହର ପାଲଟିଛି। ଖାସ୍ କରି କୋରାପୁଟ ଜିଲ୍ଲାରୁ ଯାଉଥିବା ଏହି ସବୁଜ ଜହରକୁ ଅଧିକା ପସନ୍ଦ କରୁଛନ୍ତି ଯୁବବର୍ଗ। ଏହାକୁ ଦୃଷ୍ଟିରେ ରଖି ନ୍ୟାସ୍ତସ୍ବାର୍ଥୀ ମାଷ୍ଟର ମାଇଣ୍ଡ ମାନେ ବି ଯୁବବର୍ଗ କିଶୋର ମାନଙ୍କୁ ଏସବୁ କାମରେ ନିୟୋଜିତ କରୁଛନ୍ତି। କିଛି ଶିକ୍ଷିତ କିଛି ଅର୍ଦ୍ଧଶିକ୍ଷିତ ତଥା ଶୀଘ୍ର ଟଙ୍କା କମାଇବା ଲକ୍ଷ୍ୟରେ ଥିବା ଯୁବକ ଓଯୁବତୀ , କିଶୋର ମାନେ  ଏଥିରେ ସାମିଲ ରହିଛନ୍ତି। ଚାଲାଣକାରୀ ଓ ନିଶାଡ଼ି ଯୁବ ବର୍ଗ ଓ କିଶୋର ସାଜି ଅପରାଧ ଦୁନିଆରେ ପାଦ ଦେଉଥିବାରୁ ଏହାକୁ ରୋକିବା ପାଇଁ ସରକାର, ପ୍ରଶାସନ ତୁରନ୍ତ ଆଶୁ ପଦକ୍ଷେପ କିଭଳି ନେଇ ହେବ  ସେ ଦିଗରେ ପ୍ରୟାସ କରିବା କଥା। ଏହି ଧନ୍ଦା କରୁଥିବା ଏବଂ ଯୁବ ବର୍ଗ ଓକିଶୋର ମାନଙ୍କୁ ସାମିଲ କରାଉଥିବା ମୂଳଉତ୍ସକୁ ଚିହ୍ନଟ କରି ଧରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।