ମାଲକାନଗିରିରୁ ମଧ୍ୟପ୍ରଦେଶ ଯାଉଥିଲା ଗଂଜେଇ, ଚଢ଼ଉ କରି ଧରିଲା ଅବକାରୀ ବିଭାଗ, ବୋଲେରୋ ଜବତ

ମାଲକାନଗିରି: ମାଲକାନଗିରି ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୯୪ କିଲୋ ଗଂଜେଇ ଜବତ କରିବା ସହ ୨ ଜଣ ଆସାମୀକୁ ଗିରଫ କରାଯାଇଛି। ଏଥିସହ ଏକ ସ୍କର୍ପିଓ ଗାଡି ମଧ୍ୟ ଜବତ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ ଅରୁଣ କୁମାର ପାଢ଼ୀଙ୍କ ନିର୍ଦେଶକ୍ରମେ ଦୁଇଟି ଟିମ ଗଠନ କରାଯାଇ ବାଲିମେଳା ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ଏମଭି-୩୭ ଗ୍ରାମ ନିକଟରେ ଏକ ସ୍କର୍ପିଓ କାରଟି ଦ୍ରୁତ ଗତିରେ ଆସୁଥିବା ଅବକାରୀ କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ସେହି ଗାଡିକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରେ ୬୯ କିଲୋ ଗଂଜେଇ ଜବତ କରାଯାଇଥିଲା। ଏଥିସହ ସ୍କର୍ପିଓ ଗାଡିକୁ ମଧ୍ୟ ଜବତ କରାଯାଇଥିଲା। ଏହି ଗାଡିରେ ଗିରଫ ହୋଇଥିବା ଆସାମୀ ଜଣକ ହେଲା ମଧ୍ୟପ୍ରଦେଶ ଅଂଚଳର ସୋନୁ ଆଂଶାରୀ। ଏହି ଗଂଜେଇ ଚିତ୍ରକୋଣ୍ଡା ଅଂଚଳରୁ ମଧ୍ୟପ୍ରଦେଶକୁ ଚାଲାଣ କରାଯାଉଥିବା ଅବାକରୀ ବିଭାଗ କହିଛି।

ସେହିପରି ଅନ୍ୟ ଏକ ଘଟଣାରେ ଏମଭି-୧୧ ନିକଟରେ ଅବକାରୀ ବିଭାଗର ଅନ୍ୟ ଏକ ଟିମ ପେଟ୍ରୋଲିଂ କରୁଥିବା ବେଳେ ଜଣେ ବ୍ୟକ୍ତି ଓକ ଧଳା ଜରି ବ୍ୟାଗରେ କଛି ଧରି ରାସ୍ତା କଡରେ ଛିଡା ହୋଇଥିବା ଦେଖିଥିଲେ। ସେହି ବ୍ୟକ୍ତିଙ୍କ ନିକଟକୁ ଯାଇ ଯାଞ୍ଚ କରିବା ପରେ ସେଥିରେ ୨୫ କିଲୋ ଗଂଜେଇ ରହିଥିବା ଅବକାରୀ କର୍ମଚାରୀ ଦେଖିବାକୁ ପାଇଥିଲେ। ତୁରନ୍ତ ଗଂଜେଇ ଜବତ କରିବା ସହ ଗଂଜେଇ ଚାଲାଣ କରୁଥିବା ଆସାମୀକୁ ଗିରଫ କରିଥିଲେ। ଏହି ବ୍ୟକ୍ତି ମଧ୍ୟ ମଧ୍ୟପ୍ରଦେଶର ଫରିଦ ମହମ୍ମଦ। ଦୁହିଁକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଇନସପେକ୍ଟର ଉଦୟଲାଲ ନାୟକ ପ୍ରକାଶ କରିଛନ୍ତି। ଏହି ଚଢାଉରେ ଆଶିଷ କୁମାର ନାୟକ, ଗଦାଧର ମହାରଣା, ଜ୍ଞାନରଂଜନ ସାହୁ, ଅକ୍ଷୟ କୁମାର ଜେନା, ପଣ୍ଡା ନାଗେଶ, ଦିନେଶ କୁମାର, ଜୁଲି ସା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର