ଯାଜପୁରରୋଡ: ଫୁଲବାଣୀରୁ କୋଲକାତା ଚାଲାଣ ହେଉଥିବା ବେଳେ ଅବକାରୀ ଗୁଇନ୍ଦା ବିଭାଗ ୧ କୁଇଣ୍ଟାଲ ୨୫ କିଲୋ ଗଂଜେଇ ଜବତ କରିଛି। କୋଲକାତାକୁ ବଡ଼ଧରଣର ଗଂଜେଇ ଚୋରା ଚାଲାଣ ହେଉଥିବା ନେଇ ସୂଚନା ମିଳିବା ପରେ ଅବକାରୀ ବିଭାଗର କର୍ମଚାରୀ ମାନେ ଯାଜପୁର ଜିଲ୍ଲା ଜାରକା ଓଭରବ୍ରିଜ୍ ଉପରେ ଛକି ବସିଥିଲେ।
ସୂଚନା ଅନୁସାରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଜାରକା ଓଭରବ୍ରିଜ୍ ନିକଟରେ ଚଢ଼ଉ କରି ୧ କ୍ୱିଣ୍ଟାଲ ୨୫କିଲୋ ଗଞ୍ଜେଇ ଜବତ କରିବା ସହ ଏକ ସ୍କର୍ପିଓ ଗାଡି ଜବତ କରାଯାଇଛି। ଏହି ଘଟଣାରେ ସଂପୃକ୍ତି ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ପାଣିକୋଇଲି ଠାରେ ଅତିରିକ୍ତ ସୁପରିଟେଡେଣ୍ଟ ପ୍ରବୀର କୁମାର ସାମଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆଜି ମଧ୍ୟାହ୍ଣ ପ୍ରାୟ ୧୨ଟାରେ ଫୁଲବାଣୀ ଜିଲ୍ଲାରୁ ପଶ୍ଚିମବଙ୍ଗକୁ ସ୍କର୍ପିଓ ଗାଡ଼ିରେ ଗଞ୍ଜେଇ ଯାଉଥିଲା।
ଏହି ଖବର କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର କମିସନର ଆଶିଷ ସିଂ ସୂଚନା ପାଇଥିଲେ । ଏଥିସହିତ ଏହି ଗାଡିକୁ ଧରିବା ପାଇଁ ଅତିରିକ୍ତ ସୁପରିଟେଡେଣ୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଅତିରିକ୍ତ ସୁପରିଟେଡେଣ୍ଟ ଶ୍ରୀ ସାମଲ ତୁରନ୍ତ ଜାରକା ଓଭର୍ବ୍ରିଜ ନିକଟରେ ଚଢ଼ାଉ କରି ୧ କ୍ୱିଣ୍ଟାଲ ୨୫ କେଜି ଗଞ୍ଜେଇ ସହିତ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହେଇଥିଲେ। ଗିରଫ ଅଭିଯୁକ୍ତ ହେଲା ମୁସିଦାବାଦ ଅଂଚଳର ସଞ୍ଜୟ ହାଲଦାର ବୋଲି ଜଣାପଡିଛି। ଏହି ଚଢ଼ଉ ଆଗାମୀ ଦିନରେ ବ୍ୟାପକ କରାଯିବ ବୋଲି ଅବକାରୀ ଅଧିକାରୀ ପ୍ରକାଶ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/2a138f3a-cb43-4eed-8949-ad5474ed9f7b.jpg)