ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଅବକାରୀ ବିଭାଗ ପକ୍ଷରୁ ୧୨ କିଲୋ ଗଞ୍ଜେଇ ସହ ଏକ କାର ଜବତ କରାଯାଇଛି। ଚୋରା କାରବାର ସହିତ ଜଡ଼ିତ ଜଣେ ବ୍ୟବସାୟୀଙ୍କୁ ପୁଲିସ ଗିରଫ ସହ କୋର୍ଟ ଚାଲାଣ କରିଛି।
ସୂଚନା ଅନୁସାରେ ଘୁ ଉଦୟଗିରି ଅବକାରୀ ଦଳ ପାଟ୍ରୋଲିଂ କରୁଥିବା ବେଳେ ଫିରିଙ୍ଗିଆ ଆଡୁ ଚକାପାଦ ଆଡ଼କୁ ଏକ ଧଳା ରଂଗର କାର୍ (ଓଆର ୧୨କେ ୦୪୫୮) ଦେଖିଥିଲା। ଏହି କାରରେ ୧୨ କିଲୋ ଗଞ୍ଜେଇ ଧରି ଦିନେଶ ଦେହୁରୀ (୨୮)ନାମକ ଜଣେ ବ୍ୟକ୍ତି ଦ୍ରୁତଗତିରେ ଯାଉଥିବା ବେଳେ ଚକାପାଦ ଅନ୍ତର୍ଗତ ପସରା ଛକ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଉକ୍ତ କାରକୁ ଅବକାରୀ ଥାନା ଅଧିକାରୀ କୀର୍ତ୍ତନ ନାୟକ, ଏଏସଆଇ ଶଶିଭୂଷଣ ସ୍ୱାଇଁ,କନେଷ୍ଟବଳ ମଧୂସୂଦନ ବେହେରା, ସଞୟ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଯାଞ୍ଚ କରିଥିଲେ ।ଯାଞ୍ଚ ବେଳେ ଉକ୍ତ କାର ଠାରୁ ଗଞ୍ଜେଇ ମିଳିଥିଲା ଓ କାର ସହିତ ଦିନେଶ ଦେହୁରୀଙ୍କୁ ଗିରଫ କରି କେସ ନମ୍ୱର୍ ୭୭/୨୪ ମାମଲା ରୁଜ୍ଜୁ କରି ବାଲିଗୁଡା କୋର୍ଟ ଚାଲାଣ କରିଥିବା ସୂଚନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/IMG-20240815-WA0673.jpg)