୪୨ ଲକ୍ଷ ଟଙ୍କାର ଗଂଜେଇ ସମେତ ଧରାପଡ଼ିଲେ ୨ ଚାଲାଣକାରୀ, ଛତିଶଗଡ଼ରେ ଓଡ଼ିଆ ଯୁବକ ଗିରଫ

ମାଲକାନଗିରି: ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ୨ ଜଣ ଗଂଜେଇ ଚାଲାଣକାରୀ ଛତିଶଗଡ଼ରେ ଗିରଫ ହୋଇଛନ୍ତି। ଏମାନେ ୪୨ ଲକ୍ଷ ଟଙ୍କା ମୂଲ୍ୟର ଗଂଜେଇ ନେଇ ରାୟପୁର ଯିବା ବାଟରେ ଛତିଶଗଡ଼ର କୋଣ୍ଡାଗାଓ ପୁଲିସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତମାନେ ଟ୍ରକ୍‌ରେ ତଳେ ଏକ ଅତିରିକ୍ତ ଚାମ୍ବର ପ୍ରସ୍ତୁତ କରି ଏଥିରେ ୨୧୩ କିଲୋ ଗଂଜେଇ ଚାଲାଣ କରିଥିଲେ। ପୁଲିସ କହିଛି ଯେ, ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ୨ ଜଣ ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୪୨ ଲକ୍ଷ ଟଙ୍କାର ଗଂଜେଇ ଜବତ କରାଯାଇଛି।

ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ୨ ଜଣ ଯୁବକ ରାୟପୁରକୁ ଗଂଜେଇ ଚାଲାଣ କରିବା ନେଇ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଚାଲାଣକାରୀମାନେ ଏକ ପିକ୍‌-ଅପ୍‌ରେ ଗଂଜେଇ ଭର୍ତ୍ତି କରି ସୁକମା ରାସ୍ତାରେ ଜଗଦଲପୁର ଦେଇ କୋଣ୍ଡାଗାଓ ଅତିକ୍ରମ କରି ରାୟପୁର ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି। ସୂଚନା ମିଳିବା ପରେ ପୁଲିସ ମର୍ଦାପାଲ ଅଞ୍ଚଳରେ ଛକି ବସିଥିଲା। ଏହି ସମୟରେ ଗାଡି ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିଦେଇଥିଲା। ଏହି ସମୟରେ ଜଗଦଲପୁର ପାର୍ଶ୍ୱରୁ ପିକ୍‌ଅପ୍‌ ଅତିକ୍ରମ କରିଥିଲା। ପୁଲିସ କର୍ମୀ ପିକ୍‌-ଅପ୍‌କୁ ଅଟକାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ଗାଡ଼ିଟି ସେଠାରେ ଅଟକି ନଥିଲା। ବରଂ ଦ୍ରୁତଗତିରେ ପଳାୟନ କରିଥିଲା। ଫଳରେ ଉପସ୍ଥିତ ବୁଦ୍ଧି ଲଗାଇ ପୁଲିସ କର୍ମୀମାନେ ପିକ୍‌-ଅପ୍‌କୁ ଧରିବାରେ ସଫଳ ହୋଇଥିଲେ।

ପୁଲିସ ଉଭୟ ୨ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରିଛି। ଆନ୍ଧ୍ରପ୍ରଦେଶର ମୈପାଳି ରାମଚନ୍ଦ୍ର ଓ ଓଡ଼ିଶାର କମଳ ବଖଶୀ ନାଁରେ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏସ୍‌ପି ଦିବ୍ୟାଙ୍ଗ ପଟେଲ କହିଛନ୍ତି ଯେ, ମୋଟ ୩୬ ପ୍ୟାାକେଟ ଗଂଜେଇ ଜବତ କରାଯାଇଛି।

ସମ୍ବନ୍ଧିତ ଖବର