କାଲିମେଳା: ମାଲକାନଗିରି ସୀମାନ୍ତ ମୋଟୁ ନିକଟରୁ ପୁଲିସ ୮କିଲୋ ୫୦୦ ଗ୍ରାମ ଗଂଜେଇ ଜବତ କରିବା ସହିତ ୨ ଜଣକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବାର ଜଣାପଡ଼ିଛି। ଗିରଫ ଯୁବକ ଦୁଇଜଣ ହେଲେ ତେଲେଙ୍ଗାନାର ଟି ନବୀନ କୁମାର ଓ ଏ ମହେଶ।
ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ମୋଟୁ ସାବେରୀ ସେତୁ ନିକଟରେ ଓଡ଼ିଶା ପୁଲିସ ପକ୍ଷରୁ ଯାନବାହାନ ଚେକିଙ୍ଗ କରାଯାଉଥିଲା। ସନ୍ଧ୍ୟା ବେଳେ ଏକ ନୂଆ ପଲସର ବାଇକ ଯୋଗେ ୨ ଜଣ ଯୁବକ ଏୟାର ବ୍ୟାଗ ଧରି ଓଡ଼ିଶାରୁ ଛତିଶଗଡ଼ ଯାଉଥିବା ବେଳେ ଏସଆଇ ଲଷ୍ମୀଧର ଲେଙ୍କା ସନ୍ଦେହରେ ବ୍ୟାଗ ଚେକ କରିବାରୁ ସେଥିରେ ୮କିଲୋ ୫୦୦ ଗ୍ରାମ ଗଂଜେଇ ଥିବାର ଦେଖିବାକୁ ମିଳିଥିଲା। ଅଭିଯୁକ୍ତ ୨ ତେଲେଙ୍ଗାନାର ଯୁବକଙ୍କୁ ଗିରଫ କରାଯିବା ସହ ବାଇକକୁ ଜବତ କରାଯାଇଛି। ଏନେଇ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରା ଯାଉଥିବାର ମୋଟୁ ପୁଲିସ ପକ୍ଷରୁ ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/cc8edba0-839c-4d25-8d9a-c9fa16d0a541.jpeg)