କୋରାପୁଟ: ଏକ ଟନ ଓଜନର ସବୁଜ ନିଶା ତଥା ଗଂଜେଇ ଚାଳାଣ ଉଦ୍ୟମ ବିଫଳ ହୋଇଛି । କେରାପୁଟ ଜିଲ୍ଲା ସମିଳିଗୁଡ଼ା ଅଂଚଳରୁ ଗତକାଲି ପୂର୍ବାହ୍ନରେ ୧ ଟନ ଗଂଜେଇ ଜବତ ହେବା ସହିତ ୫ ଜଣ ଅଭିଯୁକ୍ତ ଯୁବକ ଗିରଫ ହୋଇଛନ୍ତି । ଜବତ ହୋଇଥିବା ଗଂଜେଇର ମୂଲ୍ୟ କୋଟିଏ ଟଙ୍କା ହେବ । ଅଭିଯୁକ୍ତମାନେ ହେଲେ କୁନ୍ଦୁଲିର ପରମେଶ ଓରଫ ଦୀପୁ (୩୨), ପଟାଙ୍ଗୀ ଅଚଂଳର ପୁକାଲିର କାର୍ତ୍ତିକ ଚପାଡ଼ି (୨୨), ଗୋପାଳ ଭୋଇ (୨୭), ଶ୍ୟାମ ଭୋଇ (୧୯) ଓ ନନ୍ଦପୁର ଅଂଚଳର ନନ୍ଦକା ପ୍ରଜାବୃନ୍ଦା ଗାଁର ଡମୁ ଭୋଇ (୧୮) ।
ପ୍ରାୟ ଏକ କୁଇଣ୍ଟାଲ ବେଆଇନ ଗଂଜେଇ ବାହାରକୁ ଚାଲାଣ ପାଇଁ ଯୋଜନା ହେଉଥିବା ସିମିଲିଗୁଡ଼ା ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଗଂଜେଇ ଚାଲାଣ ନେଇ ଖବର ମିଳିବା ପରେ ପୁଲିସ କୋକରିଗୁଡ଼ା ଛକ ଠାରେ ଦିନ ୧୧ଟାରେ ଅପେକ୍ଷା କରିଥିଲା । ଏହି ସମୟରେ ଏକ ଧଳା ମହିନ୍ଦ୍ରା ପିକ-ଅପ (ଓଆର ୧୦ଇ-୬୫୪୮) ଘଟଣାସ୍ଥଳକୁ ପହଂଚିଥିଲା । ପିକଅପ ଆଗରେ ଏକ ବାଇକ (ଓଡି ୧୦ଜେ୦୭୮୮୫) ଯାଉଥିଲା । ସନେ୍ଦହ ହେବାରୁ ପୁଲିସ ଉଭୟ ପିକଅପ ଓ ବାଇକକୁ ଅଟକାଇଥିଲା ।
/sambad/media/post_attachments/wp-content/uploads/2020/09/f108e2ec-4c91-43b4-8809-92a89b8b0c92-1024x768.jpg)
ପିକଅପରେ ଗଂଜେଇକୁ ବସ୍ତା ଭିତରେ ପ୍ୟାକିଂ କରାଯାଇଥିଲା । ତଦନ୍ତ ବେଳେ ଏହା ଧରାପଡ଼ିଥିଲା । ପୁଲିସ ଗଂଜେଇ ସମେତ ପିକଅପ ଓ ବାଇକକୁ ଜବତ କରିଛି । ଏଥି ସହିତ ୫ ଜଣ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଜବତ ହୋଇଥିବା ୧ କୁଇଣ୍ଟାଲ ଗଂଜେଇ କେଉଁଆଡେ ଚାଲାଣ ହୋଇଥାନ୍ତା, ତାହା ଜଣାପଡ଼ି ନାହିଁ । ମାତ୍ର ପୁଲିସ ଜାଣିବାକୁ ପାଇଛି ଯେ, ଗଂଜେଇ ବାହାରକୁ ଚାଲାଣ ହୋଇଥାନ୍ତା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/9f1e3d82-8136-4ede-b7cf-a0035e3ee402.jpg)