ରାଉରକେଲା: କିଛି ଦିନର ବ୍ୟବଧାନପରେ ପୁଣି ଟ୍ରେନ୍ରେ ଗଞ୍ଜେଇ ଚୋରାଚାଲାଣ ଜୋର୍ ଧରିଛି। ଆଜି ଜଣେ ଗଞ୍ଜେଇ ବେପାରିକୁ ଆର୍ପିଏଫ୍ କାବୁ କରିନେଇଛି। ଅଭିଯୁକ୍ତ ହେଉଛି ସୋନପୁର ଜିଲ୍ଲା ମହୁଲକୁଦର ଗାଁର ଆଶିଷ ସେଠୀ(୨୩)। ଅଭିଯୁକ୍ତ ପାଖରୁ ୮.୮୩୫ କେଜି ଗଞ୍ଜେଇ ଜବତ ହୋଇଛି।
ଅଭିଯୁକ୍ତ ବିହାରକୁ ଚାଲାଣ କରିବା ଉଦ୍ଦେଶ୍ୟରେ କୋରାପୁଟ ଅଞ୍ଚଳରୁ ଟ୍ରେନ୍ରେ ଗଞ୍ଜେଇ ଆଣିଥିଲା। ଆଜି ସକାଳେ ରାଉରକେଲା ରେଳ ଷ୍ଟେସନରେ ବିହାରକୁ ଯାଉଥିବା ଅନ୍ୟ ଏକ ଟ୍ରେନ୍କୁ ଜଗି ରହିଥିଲା। ରେଳ ଷ୍ଟେସନର ଦ୍ବିତୀୟ ପ୍ରବେଶ ପଥ ପାଖରେ ବୁଲାବୁଲି କରୁଥିବାବେଳେ ଆର୍ପିଏଫ୍ର ନଜର ପଡ଼ିଯାଇଥିଲା। ଅଭିଯୁକ୍ତର ଗତିବିଧି ସନ୍ଦେହଜନକ ହେବାରୁ ତାକୁ ପଚରାଉଚରା କରିବାରୁ କୌଣସି ସନ୍ତୋଷଜନକ ଉତ୍ତର ନ ପାଇନଥିଲେ। ଏଣୁ ଛାନ୍ଭିନ କରିବାରୁ ଏକ ଟ୍ରଲି ବ୍ୟାଗ୍ରେ ଗଞ୍ଜେଇଥିବା ଜଣାପଡ଼ିଥିଲା। ପରେ ଅଭିଯୁକ୍ତକୁ ଅବକାରୀ ପୁଲିସ ଜିମା ଦେବାପରେ ତାକୁ ଗିରଫକରି କୋର୍ଟଚାଲାଣ କରାଯାଇଛି।
ପୁଣି ରେଳ ଷ୍ଟେସନରୁ ଧରାପଡ଼ିଲା ଗଞ୍ଜେଇ ବେପାରି
/sambad/media/post_attachments/wp-content/uploads/2023/06/49fbe3ca-45dc-45f3-ad17-6b368b57592f.jpg)