ପାଟପୁର: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୁଲିସ ଗତକାଲି ବିଳମ୍ବିତ ରାତିରେ ତପ୍ତପାଣି ଘାଟି ରାଜ୍ୟ ରାଜପଥ-୩୨୬ ସଂଲଗ୍ନ ପାଳୁଖୋଳା ଗ୍ରାମ ନିକଟରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ କରିଛି। ଘାଟି ନିକଟରେ ଏକ ଆଳୁ ବୋଝେଇ ଟ୍ରକ୍ (ଡବ୍ଲ୍ୟୁବି୨୩-ଇ-୬୫୬୧) ଗତକାଲି ଦିନବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୂଚନା ପାଇ ପାଟପୁର ଥାନା ଏସ୍ଆଇ ଟୁନା ପିଡ଼ିକା ଓ ଟିମ୍ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତେବେ ଯାଞ୍ଚ ବେଳେ ଟ୍ରକ୍ ଡାଲାରୁ ୫୪ ବସ୍ତା ଆଳୁ ସହ ୨୫ ବସ୍ତା ଗଞ୍ଜେଇ ମିଳିଥିଲା। ମୋଟ ୧୦୦୧.୯୦୦ କେଜି ଗଞ୍ଜେଇ ସେଥିରୁ ଜବତ ହୋଇଥିଲା। ତେବେ ଚାଳକ ଓ ହେଲପର୍ ଫେରାର ହୋଇ ଯାଇଥିଲେ। ପାଟପୁର ଥାନାରେ କେସ୍ ନମ୍ବର ୧୯୪/୨୩ ଅନୁସାରେ ଏକ ମାମଲା ରୁଜୁ ହୋଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ। ତଦନ୍ତ ଜାରି ରହିଥିବା ଥାନାଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।
ଦୁର୍ଘଟଣାଗ୍ରସ୍ତ ଆଳୁ ବୋଝେଇ ଟ୍ରକ୍ରେ କୋଟିଏ ଟଙ୍କାର ଗଞ୍ଜେଇ
/sambad/media/post_attachments/wp-content/uploads/2023/04/a8eddf7f-0e5b-455e-a40c-59677ec592a0.jpg)