ନିୟମିତ ହେବେ ୨୦୧୩-୧୪ର ଚୁକ୍ତିଭିତ୍ତିକ ଶିକ୍ଷକ

ଭୁବନେଶ୍ବର : ୨୦୧୩-୧୪ ଶିକ୍ଷାବର୍ଷରୁ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନିୟମିତ କରାଯିବ। ଏ ସମ୍ପର୍କରେ ଗତବର୍ଷ ଡିସେମ୍ବର ୯ତାରିଖରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ମଗାଯାଇଥିଲା। ଫେବ୍ରୁଆରି ୧୫ ସୁଦ୍ଧା ରିପୋର୍ଟ ପଠାଇବାକୁ ନିର୍ଦେଶ ଦିଆଯାଇଥିଲା। ତେବେ ବର୍ତମାନ ସୁଦ୍ଧା ୨୦ଟି ଜିଲ୍ଲାର ଶିକ୍ଷା ଅଧିକାରୀ ସବିଶେଷ ତଥ୍ୟ ପ୍ରଦାନ କରିନାହାନ୍ତି। ଏହାକୁ ନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି। ବଲାଙ୍ଗୀର, ବାଲେଶ୍ବର, ବାଲେଶ୍ବର, ଭଦ୍ରକ, ବରଗଡ଼, କଟକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତ୍‌ସିଂହପୁର, ଝାରସୁଗୁଡ଼ା, ଖୋର୍ଧା, କୋରାପୁଟ, କେନ୍ଦୁଝର, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା ଓ ସୋନପୁର ଜିଲ୍ଲାର ଶିକ୍ଷା ଅଧିକାରୀ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ସବିଶେଷ ତଥ୍ୟ ନିର୍ଦ୍ଧାରିତ ଫର୍ମାଟ୍‌ରେ ୨୫ ତାରିଖ ସୁଦ୍ଧା ପ୍ରଦାନ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର