ନିୟମିତ ହେବେ ଚୁକ୍ତିଭିତ୍ତିକ ଶିକ୍ଷକ

ଭୁବନେଶ୍ବର : ଚୁକ୍ତିଭିତ୍ତିକ ଭାବେ ୬ ବର୍ଷ ପୂରଣ କରିଥିବା ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟମିତ କରାଯିବ। ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଆଜି ସମସ୍ତ ଜିଲ୍ଲା ଶିକ୍ଷା‌ ଅଧିକାରୀ(ଡିଇଓ)ଙ୍କୁ ଚିଠି ଲେଖାଯାଇ ଅବଗତ କରାଯାଇଛି। ନିର୍ଦେଶାଳୟର ଯୁଗ୍ମ ନିର୍ଦେଶକ ଲେଖିଥିବା ଚିଠିରେ କହିଛନ୍ତି ଯେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇ ମେ’ ୩୧ ସୁଦ୍ଧା ଅନବରତ ଓ ସନ୍ତୁଷ୍ଟ ଭାବେ କାର୍ଯ୍ୟ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟମିତ କରାଯିବ। ତେଣୁ ନିଯୁକ୍ତର ସମ୍ପୂର୍ଣ୍ଣ ତଥ୍ୟ ଯେତେଶୀଘ୍ର ସମ୍ଭବ ଦାଖଲ କର। ଏହା କେବଳ ୨୦୨୨-୨୩ ଶିକ୍ଷାବର୍ଷ ଲାଗି ପ୍ରଜୁଜ୍ୟ।

ସମ୍ବନ୍ଧିତ ଖବର