ଭୁବନେଶ୍ବର : ମହାମାରୀ ଆଇନ ଅନୁଯାୟୀ ଜାରି କରାଯାଇଥିବା ଲକ୍ଡାଉନ୍ରେ ସରକାରୀ ଅଫିସରେ ନିୟୋଜିତ ଠିକା, ଆଉଟସୋର୍ସିଂ କର୍ମଚାରୀ ଓ ପୁନଃନିଯୁକ୍ତି ପାଇଥିବା ଅବସରପ୍ରାପ୍ତ କର୍ମଚାରୀଙ୍କୁ ମିଳିବ ପାରିଶ୍ରମିକ। ଆଜି ଏ ନେଇ ଅର୍ଥ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ସବୁ ବିଭାଗୀୟ ମୁଖ୍ୟ, ସମସ୍ତ ଜିଲ୍ଲାପାଳମାନଙ୍କୁ ଜାରି କରିଛନ୍ତି।
ପ୍ରକାଶଥାଉକି, ଖର୍ଚ୍ଚକାଟ ନେଇ ଜୁଲାଇ ୭ ତାରିଖରେ ଅର୍ଥ ବିଭାଗ ଚିଠି ନମ୍ବର ୨୦୦୮୮ରେ ଜାରି କରାଯାଇଥିବା କଟକଣା ନେଇ ଗଣମାଧ୍ୟମରେ ଗତ ୧୧ ତାରିଖରେ ଖବର ପ୍ରକାଶ ପାଇଥିଲା। ଏଥିରେ ଅର୍ଥ ବିଭାଗ ପକ୍ଷରୁ କୁହାଯାଇଥିଲା କି କରୋନା ସମୟରେ ସରକାରୀ ଅଫିସ ପୂରା ବା ଅଧା ବନ୍ଦ ହୋଇଥିବା ବେଳେ ଠିକା କର୍ମଚାରୀଙ୍କୁ ଦରମା ବନ୍ଦ ନ କରି ତାଙ୍କୁ ସର୍ତ୍ତ ମୁତାବକ ବେତନ ପ୍ରଦାନ କରାଯିବ। ଲକ୍ଡାଉନ୍ ସମୟରେ ସେମାନଙ୍କର ଚୁକ୍ତି ଶେଷ ହୋଇଥିଲେ ବି ପରବର୍ତ୍ତୀ ନବୀକରଣ ସମ୍ପୃକ୍ତ ବିଭାଗମାନେ ଆପଣାଛାଏଁ କରିପାରିବେ ନାହିଁ। ଲକ୍ଡାଉନ୍ ଥିବା ପର୍ଯ୍ୟନ୍ତ ଠିକା କର୍ମଚାରୀଙ୍କର ଚାକିରି ନବୀକରଣ କରାଯାଇପାରିବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/money-aaf.jpg)